Supply Assistants Intensify Protest: ଦ୍ବିତୀୟ ଦିନରେ ଯୋଗାଣ ସହାୟକଙ୍କ ଆନ୍ଦୋଳନ, ସ୍ଥାୟୀ ନିଯୁକ୍ତି ଓ ଉଚିତ ମଜୁରୀ ଦାବି
ଭୁବନେଶ୍ବର ଲୋୟର ପିଏମଜିରେ ଯୋଗାଣ ସହାୟକଙ୍କ ଗର୍ଜନ। ସ୍ଥାୟୀ ନିଯୁକ୍ତି ଓ ଉଚିତ ମଜୁରୀ ଦାବିରେ ରାଜ୍ୟ ଯୋଗାଣ ସହାୟକ ସଂଘର ବିକ୍ଷୋଭ ଜାରି ରହିଛି। ଦାବି ପୂରଣ ପାଇଁ ସମୂହ ଛୁଟିରେ ଅଛନ୍ତି ରାଜ୍ୟ ଯୋଗାଣ ସହାୟକ ସଂଘ। ୧୧ ଦଫା ଦାବି ଓ ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି।
ସମସ୍ତ ଚୁକ୍ତିଭିତ୍ତିକ ଯୋଗାଣ ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦାବି କରିଛି ସଂଘ। ସିଧାସଳଖ ଆକାଉଣ୍ଟ ମାଧ୍ୟମରେ ଦରମା ପ୍ରଦାନ, ଜିଲ୍ଲା କ୍ୟାଡରଭୁକ୍ତ ଅନ୍ତର୍ଭୁକ୍ତ, ଜିଲ୍ଲାପାଳ/ଉପଜିଲ୍ଲାପାଳଙ୍କ ଦ୍ବାରା ନିଯୁକ୍ତି ପ୍ରଦାନ, ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଦ୍ବାରା ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିବାକୁ ଦାବି କରିଛି ସଂଘ। ...
ଲୋୟର ପିଏମଜିରେ ଯୋଗାଣ ସହାୟକଙ୍କ ଗର୍ଜନ
ଦ୍ବିତୀୟ ଦିନରେ ଯୋଗାଣ ସହାୟକଙ୍କ ଆନ୍ଦୋଳନ
ସ୍ଥାୟୀ ନିଯୁକ୍ତି ଓ ଉଚିତ ମଜୁରୀ ଦାବିରେ ଆନ୍ଦୋଳନ
ସମୂହ ଛୁଟିରେ ରାଜ୍ୟ ଯୋଗାଣ ସହାୟକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।