ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ, ଡାକରା ଦେଲା INDIA ବ୍ଲକ୍

Oct 06, 2026 - 13:37
ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ, ଡାକରା ଦେଲା INDIA ବ୍ଲକ୍

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡିଆ ବ୍ଲକ । ଏହି ବନ୍ଦକୁ ସଫଳ କରିବା ସହ ଆମ ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡ଼ିଶାର ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ପାଇଁ ସଚେତନ ନାଗରିକଙ୍କୁ ନିବେଦନ କରିଛି ଇଣ୍ଡିଆ ବ୍ଲକ । ଏ ନେଇ ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦିଆଯାଇଛି । MMDR ସଂଶୋଧିତ ଅଧିନିୟମ ତୁରନ୍ତ ରଦ୍ଦ କର, ସିଇସି ଜ୍ଞାନେଶ କୁମାର ଙ୍କ ବହିଷ୍କାର ଓ SIR ପ୍ରତ୍ୟାହର ,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ବନ୍ୟା ବିପତ୍ତି ଓ ସରକାରୀ ଉଦାସୀନତା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି ।

ରାଜଧାନୀ ଭୁବନେଶ୍ୱର ରେ ପ୍ରତି ଛକରେ ପିକେଟିଙ୍ଗ ସହ ଦୋକାନ ବଜାର ଓ ଗାଡ଼ି ମଟର ଓ ଟ୍ରେନ ଚଳାଚଳ ବନ୍ଦ କରିବ ଇଣ୍ଡିଆ ବ୍ଲକ କର୍ମକର୍ତ୍ତା ଓ କର୍ମୀ । ଓଡ଼ିଶା ବନ୍ଦ ସମୟରେ ଆତ୍ୟାବଶ୍ୟ ସାମଗ୍ରୀ ,ଆମ୍ବୁଲାନ୍ସ , ଫାୟାର, ପରୀକ୍ଷାର୍ଥୀ, ରୋଗୀ ମାନଙ୍କୁ ଅଟକାଇ ଯିବ ନାହିଁ ବୋଲି ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀ ରେ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇଏମ୍ ,CPIML,AIFB, ସମାଜବାଦୀ ପାର୍ଟି, JMM ,ଶିବସେନାର ରାଜ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ରାଜ୍ୟର ସ୍ୱାର୍ଥ ପାଇଁ ଏହି ବନ୍ଦ କୁ ସମସ୍ତେ ସହଯୋଗ କରିବା କୁ ନିବେଦନ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।