ଅବହେଳିତ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନା। ନାହାନ୍ତି ଆବଶ୍ୟକ ପରିମାଣର ଡାକ୍ତର

Sep 23, 2026 - 22:38
ଅବହେଳିତ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନା। ନାହାନ୍ତି ଆବଶ୍ୟକ ପରିମାଣର ଡାକ୍ତର

ନନ୍ଦିଘୋଷ ବ୍ୟୁରୋ : ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ଡାକ୍ତରଖାନା । ନା ଅଛନ୍ତି ଆବଶ୍ୟକ ଡାକ୍ତର, ନା ଅଛନ୍ତି ନର୍ସ ଓ କର୍ମଚାରୀ। ଏବେ ଆବଶ୍ୟକ ଥିବା ଜରୁରୀ ଔଷଧ ମିଳୁନଥିବାରୁ ସମସ୍ୟାରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସିତ ହେବା ପାଇଁ ଦୈନିକ ସୁନ୍ଦରଗଡ଼ ଓ ଆଖପାଖ ଜିଲ୍ଲା ସମେତ ଝାଡ଼ଖଣ୍ଡ ରାଜ୍ୟର ରୋଗୀମାନେ ଆସି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଆଣ୍ଟିବାୟୋଟିକ ଓ ପେନ କିଲର ମେଡିସିନ କାଉଣ୍ଟରରେ ମିଳୁନଥିବା ଅଭିଯୋଗ ହୋଇଛି । …

ରାଉରକେଲା ସରକାରୀ ଡାକ୍ତରଖାନାରେ ୧୩୮ଟି ଡାକ୍ତରୀ ପଦବୀ ଆବଶ୍ୟକ ରହିଥିବା ବେଳେ ୬୦ ଟି ଡାକ୍ତର ପଦବୀ ଖାଲି ରହିଥିବା ଅଭିଯୋଗ ହେଉଛି । ଡାକ୍ତର ଓ  ଔଷଧ ଅଭାବ ଯୋଗୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଭିନ୍ନ ପରୀକ୍ଷା କରିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିବାକୁ ପଡୁଛି । ରୋଗୀଙ୍କ ଆବଶ୍ୟକତା ଥିବା ସମସ୍ତ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ରୋଗୀମାନେ ଦାବି କରିଛନ୍ତି।…

ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତର ଲେଖୁଥିବା କିଛି  ଔଷଧ ନଥିଲେ ମଧ୍ୟ ସେହିପରି ଅନ୍ୟ ଔଷଧ ଦେବାର ବ୍ୟବସ୍ଥା କରାଯାଇଥିବା ଡାକ୍ତରଖାନାର ଉପ ଅଧିକ୍ଷକ କହିଛନ୍ତି।….

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।