ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦
ୱେଲିଙ୍ଗଟନ୍ରେ କିୱି ଦଳକୁ ଧୂଳି ଚଟାଇ ସିରିଜ୍ କବଜା କରିବା ପରେ ଏବେ ଟିମ୍ ଇଣ୍ଡିଆର ନଜର ଅକଲ୍ୟାଣ୍ଡ ଉପରେ । ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ସିରିଜର ଚତୁର୍ଥ ଟି-୨୦ ମହାମୁକାବିଲା । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍କୁ ଭାରତ ୩-୦ରେ ଜିତି ସାରିଥିଲେ ମଧ୍ୟ କ୍ୟାପଟେନ ଶ୍ରେୟସ ଆୟରଙ୍କ ଙ୍କ ବ୍ଲୁ ବ୍ରିଗେଡ ୱିଣିଙ୍ଗ ଷ୍ଟିକ୍ ବଜାୟ ରଖିବାକୁ ପଡ଼ିଆକୁ ଓହ୍ଲାଇବ । ତେବେ ଗତ ମ୍ୟାଚ୍ରେ ୧୫ ବର୍ଷୀୟ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମାଙ୍କ ରେକର୍ଡ ବ୍ୟାଟିଂ ପରେ ଦଳରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଅନ୍ୟପଟେ ମିଚେଲ ସାଣ୍ଟନରଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଦଳ ନିଜ ମାଟିରେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବ । ଭାରତୀୟ ସମୟ ଅନୁସାରେ ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ରେ ଏହି ମ୍ୟାଚ୍ ଆରମ୍ଭ ହେବ । ଅକଲ୍ୟାଣ୍ଡର ଇଡେନ୍ ପାର୍କ ପିଚ୍ ସର୍ବଦା ବ୍ୟାଟରମାନଙ୍କ ପାଇଁ ସ୍ୱର୍ଗ ସଦୃଶ ହୋଇଥାଏ। ଏଠାକାର ଛୋଟ ବାଉଣ୍ଡ୍ରି ଯୋଗୁଁ ପୁଣିଥରେ ଚୌକା ଓ ଛକାର ବର୍ଷା ଦେଖିବାକୁ ମିଳିପାରେ। ଭାରତ ପୂର୍ବରୁ ସିରିଜ୍ ଜିତି ସାରିଥିବାରୁ ଆଜି ଦଳରେ କିଛି ନୂଆ ଖେଳାଳି ଯେପରିକି ବରୁଣ ଚକ୍ରବର୍ତ୍ତୀ କିମ୍ବା ମୟଙ୍କ ଯାଦବଙ୍କୁ ସୁଯୋଗ ମିଳିପାରେ। ବୋଲିଂରେ ଅର୍ଶଦୀପ ସିଂ ନିଜର ୧୫୦ ତମ ଟି-୨୦ ୱିକେଟ୍ ଠାରୁ ମାତ୍ର ଗୋଟିଏ ସଫଳତା ଦୂରରେ ଅଛନ୍ତି, ଯାହା ଉପରେ ସମସ୍ତଙ୍କ ନଜର ରହିବ ।….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।