ଆରମ୍ଭ ହେଲା ପିତୃପକ୍ଷ । ଆଶ୍ବିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ୧୫ଦିନ ଚାଲିବ ଅପରପକ୍ଷ ।

Sep 27, 2026 - 19:07
ଆରମ୍ଭ ହେଲା ପିତୃପକ୍ଷ । ଆଶ୍ବିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ୧୫ଦିନ ଚାଲିବ ଅପରପକ୍ଷ ।

ନନ୍ଦିଘୋଷ ବ୍ୟୁରୋ : ଆରମ୍ଭ ହେଲା ପିତୃପକ୍ଷ । ଆଶ୍ବିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ୧୫ଦିନ ଚାଲିବ ଅପରପକ୍ଷ । ବିଶ୍ୱାସ ରହିଛି ଏହି ସମୟରେ ପିତୃ ପୁରୁଷମାନେ ପିତୃଲୋକ ତ୍ୟାଗ କରି ପୁତ୍ରଲୋକକୁ ଆସିଥାନ୍ତି । ଏଣୁ ପିତୃଲୋକଙ୍କ ଶାନ୍ତି ତଥା ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ବିଭିନ୍ନ ତୀର୍ଥ ପୁଷ୍କରିଣୀ, ନଦୀ ତଟ ମାନଙ୍କରେ ତିଳ ତର୍ପଣ ପିଣ୍ଡଦାନ ଆଦି କାର୍ଯ୍ୟ କରିଥାନ୍ତି । ଏହି ୧୫ ଦିନ ଧରି ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଗହଳି ଚହଳି ଲାଗି ରହିଥିବା ବେଳେ ପରିବାର କଲ୍ୟାଣ ପାଇଁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପୂଜାପାଠ । ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣିରେ ବ୍ରାହ୍ମଣଙ୍କୁ ଦ୍ବାରା ପିତୃଲୋକଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ ।

ଶ୍ରଦ୍ଧାରୁ କରାଯାଇଥାଏ ଶ୍ରାଦ୍ଧ । ବିଭିନ୍ନ ଫୁଲ,ରାଶି,ଚାଉଳ,ନୈବେଦ୍ୟ ଆଦି ଦ୍ୱାରା ଏହି ଶ୍ରାଦ୍ଧ ନିଜ ପିତୃପୁରୁଷଙ୍କ ଉଦ୍ୟେଶ୍ୟରେ କରାଯିବା ଦ୍ୱାରା ମିଳିଥାଏ ଆତ୍ମତୃପ୍ତି ଓ ଶାନ୍ତି । ଆବାହମାନ କାଳରୁ ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କୁ ସ୍ମରଣ କରି ଏହି ପିତୃପକ୍ଷ ଅବସରରେ ତର୍ପଣ ପୂଜାପାଠର ପରମ୍ପରା ଚାଲି ଆସୁଅଛି । ତେବେ ଏହି ତିଳ ତର୍ପଣ କରି ପିତୃପକ୍ଷଙ୍କ ମୁକ୍ତି ଉଦ୍ଦେଶ୍ୟରେ ଜାରି ରହିଛି ଏହି ପରମ୍ପରା । ଆଗାମୀ ପିଢ଼ି ଏହି ଧର୍ମ ଆଉ ସଂସ୍କୃତି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶ୍ରଦ୍ଧାଳୁ ।

ଯେଉଁମାନେ ପିତୃପକ୍ଷ ତିଥିରେ ତିଳ ତର୍ପଣ କରିପାରନ୍ତି ନାହିଁ ସେମାନେ ଦୀପାବଳି ଅମାବାସ୍ୟା ଦିନ ବଡ଼ବଡୁଆ ଡାକି ଶ୍ରାଦ୍ଧ ପ୍ରଦାନ କରିବାର ବିଧି ରହିଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।