ବିପଦରେ କଳିଙ୍ଗର କଳିଙ୍ଗା ଘାଟି

Sep 27, 2026 - 20:12
ବିପଦରେ କଳିଙ୍ଗର କଳିଙ୍ଗା ଘାଟି

ନନ୍ଦିଘୋଷ ବ୍ୟୁରୋ : ବିପଦରେ କଳିଙ୍ଗର କଳିଙ୍ଗା ଘାଟି । କନ୍ଧମାଳ ଜିଲ୍ଲାରେ ଥିବା କଳିଙ୍ଗ ଘାଟି ଫୁଲବାଣୀଠାରୁ ପ୍ରାୟ ୪୮ କିଲୋମିଟର ଦୂରରେ ଥିବାବେଳେ ହଜାର ହଜାର ଲୋକଙ୍କ ଲାଗି ସାଜିଆସିଛି ଲାଇଫଲାଇନ। ବକ୍ରାକାରରେ ଯାଇଥିବା ଏହି ରାସ୍ତା କନ୍ଧମାଳ ସହ ଦକ୍ଷିଣ ଓଡ଼ିଶାକୁ ଯୋଡ଼ି ଆସିଛି। ଫୁଲବାଣୀ-ବ୍ରହ୍ମପୁରକୁ ସଂଯୋଗ କରୁଥିବା ଏହି ରାସ୍ତା ବି ଅର୍ଥନୀତିର ଲାଇଫଲାଇନ। ଏହା NH-157 ପୁରୁଣାକୋଟକ-ଫୁଲବାଣୀ-କଳିଙ୍ଗ-ଭଞ୍ଜନଗର-ଆସିକା ରୁଟ୍‌କୁ ବି କରୁଛି ସଂଯୋଗ। ତେବେ ଏହି ରାସ୍ତାରେ ଭୂସ୍ଖଳନ ଘଟଣା ସାଜିଛି ଚିନ୍ତାର କାରଣ। ପ୍ରକୃତିକୁ ଧ୍ବଂସ କରାଯାଉଥିବ ଯୋଗୁ ଏପରି ଘଟୁଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି ପରିବେଶବିତ।

ପୂର୍ବରୁ ବି ଏହି ରାସ୍ତାରେ ଘଟିଥିଲା ଭୂସ୍ଖଳନ। ୨୦୨୫ ସେପ୍ଟେମ୍ବର ୧୬ରେ  ପ୍ରବଳ ବର୍ଷା ଯୋଗୁ ଏଠାରେ ଘଟିଥିଲା ଭୂସ୍ଖଳନ। ବର୍ଷ ପରେ ଗତ ୨୪ରେ ବି ଘଟିଛି ସମାନ ସ୍ଥିତି। ଅନ୍ଧାରିକୋଟ ନିକଟରେ NH-157ର ସୁରକ୍ଷା ବ୍ୟାରିୟର୍ର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ସୁରକ୍ଷା ଦୃଷ୍ଟିରୁ କଳିଙ୍ଗ ଘାଟିରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ମୁତୟନ ହୋଇଛନ୍ତି ପୋଲିସ। ମରାମତି ପରେ ସ୍ବାଭାବିକ ହେବ ସ୍ଥିତି।.

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।