ଆସନ୍ତା ଅକ୍ଟୋବର ୨ କୁ NO QR CODE ଦିବସ ଭାବେ ପାଳନ କରାଯିବ।

Sep 27, 2026 - 20:12
ଆସନ୍ତା ଅକ୍ଟୋବର ୨ କୁ NO QR CODE ଦିବସ ଭାବେ ପାଳନ କରାଯିବ।

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨ କୁ NO QR CODE ଦିବସ ଭାବେ ପାଳନ କରାଯିବ। ବ୍ୟବସାୟୀମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ୟୁପିଆଇରେ କୌଣସି ଦେୟ ଗ୍ରହଣ କରାଯିବ ନାହିଁ। ୟୁପିଆଇ କାରବାର ଉପରେ କେନ୍ଦ୍ର ସରକାର ଦେୟ ଲାଗୁ କରିଥିବାରୁ ତାର ପ୍ରତିବାଦରେ ବ୍ୟବସାୟୀମାନେ ୟୁପିଆଇ ପେମେଣ୍ଟ ଗ୍ରହଣ ନ କରିବା ପାଇଁ ସ୍ଥିର କରିଛନ୍ତି। କଟକ ମାଲଗୋଦାମ ବ୍ୟବସାୟୀ ସଂଘ ତଥା ଉତ୍କଳ ଚାମ୍ବର ଅଫ କମର୍ସର ସାଧାରଣ ସଂପାଦକ ପ୍ରଫୁଲ ଛାଟୋଇ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ହେଉଛି ବ୍ୟବସାୟୀଙ୍କ ଉପରେ ବଡ ପ୍ରହାର। ଏହା ଦ୍ଵାରା ଯେ କେବଳ ବଡ଼ ବଡ଼ ବ୍ୟବସାୟୀ ପ୍ରଭାବିତ ହେବେ ତାହା ନୁହେଁ ବରଂ ମଧ୍ଯମ ବର୍ଗର ବ୍ୟବସାୟୀ ମଧ୍ଯ ଆର୍ଥିକ କ୍ଷତି ସହିବେ। ୨୫୦୦ ଟଙ୍କାର ବ୍ୟବସାୟ କଲେ ୫ ଟଙ୍କା ଲାଭ ପାଇବୁ, ସେ କ୍ଷେତ୍ରରେ ୧୨ ଟଙ୍କା କିପରି ଦେବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ତା ସହିତ ଅନଲାଇନ ପେମେଣ୍ଟରେ ବ୍ୟାଙ୍କର ମାନବସମ୍ବଳ ଜନିତ ଖର୍ଚ୍ଚ କମିବ, ସମୟ ବଞ୍ଚିବ। ସେଥିରୁ ସରକାର ୟୁପିଆଇ ଅର୍ଥ ଯୋଗାଡ଼ କରନ୍ତୁ ବୋଲି ବ୍ୟବସାୟୀ ସଂଘ ଦାବି କରିଛି।

ବ୍ରହ୍ମପୁରର ବ୍ୟବସାୟୀ ସଂଘ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି। ୧୫ ଅକ୍ଟୋବରରୁ UPI ରେ ୨,୦୦୦ ଟଙ୍କାରୁ ଅଧିକ ଦେଲେ MDR ନିୟମ ଅନୁସାରେ ଦେୟ ଲାଗିବ ଶୂନ ଦଶମିକ ୪ ପ୍ରତିଶତ ଲାଗିବ। ଏହା ବ୍ୟବସାୟୀ ବିରୋଧ ବୋଲି କୁହାଯାଇଛି। …

ୟୁପିଆଇ ଲାଗୁ ହେବା ଦ୍ଵାରା ଲେଣ ଦେଣ ସହଜ ହୋଇଛି। ବିଶେଷ କରି ଛୋଟ ବ୍ୟବସାୟୀ ଓ ଗ୍ରାହକମାନେ ଉପକୃତ ହେଉଛନ୍ତି। ଖୁଚୁରା ସମସ୍ୟାର ବି ସମାଧାନ ହୋଇଛି। କିନ୍ତୁ MDR ଲାଗୁ ହେଲେ ଲୋକେ ୟୁପିଆଇ କରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।  …

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।