ଏସଆଇଆର ବିରୋଧରେ ସିଜେପିର ଆନ୍ଦୋଳନ, କୋଚିରେ କଡ଼ା ସୁରକ୍ଷା

Nov 07, 2026 - 08:19
ଏସଆଇଆର ବିରୋଧରେ ସିଜେପିର ଆନ୍ଦୋଳନ, କୋଚିରେ କଡ଼ା ସୁରକ୍ଷା

ନନ୍ଦିଘୋଷ ବ୍ୟୁରୋ : ପୁଣି ଆନ୍ଦୋଳନକୁ ଓହ୍ଲାଇବ କକରୋଚ ଜନତା ପାର୍ଟି। ଆଜି କେରଳ କୋଚିରେ ସଂଗଠନ କରିବ ପ୍ରତିବାଦ। ଏସଆଇଆର ପ୍ରସଙ୍ଗରେ ଦିଲ୍ଲୀ ଯନ୍ତରମନ୍ତର ପରି କୋଚିରେ ଆନ୍ଦୋଳନ କରିବାକୁ ସଂଗଠନ ଘୋଷଣା କରିଛି। ଗଣତନ୍ତ୍ର ବଞ୍ଚାଅ, ଏସଆଇଆର ରଦ୍ଦ କର ନାରା ଦେଇ ସଂଗଠନ କରିବ ବିକ୍ଷୋଭ। କୋଚିର ରାଜେନ୍ଦ୍ର ମଇଦାନରେ ଏହି ବିକ୍ଷୋଭ କରାଯିବ ବୋଲି କହିଛନ୍ତି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ଓ ଦକ୍ଷିଣ ଜୋନ ନେତା ବିଜୟ ମାଲାଙ୍ଗ। ଦିଲ୍ଲୀରେ ଆନ୍ଦୋଳନ ପ୍ରସଙ୍ଗରେ ଦୀପକେ, ଆଶୁତୋଷ ରାଙ୍କା, ସୌରଭ ଦାସ ପ୍ରମୁଖଙ୍କୁ ଗିରଫ କରାଯିବା ପରବର୍ତ୍ତୀ ପର୍ଯ୍ୟାୟରେ କୋଚିରେ ଆନ୍ଦୋଳନ କରିବା ସଂଗଠନ ନିଷ୍ପତ୍ତି ନେଇଛି। ସିଜେପି ଆନ୍ଦୋଳନକୁ କେନ୍ଦ୍ର କରି ଯନ୍ତର ମନ୍ତର ଉପରୁ ଆନ୍ଦୋଳନସ୍ଥଳୀ ମାନ୍ୟତା ପ୍ରତ୍ୟାହାର କରାଯାଇଥିଲା। ପରେ ସିଜେପି କନ୍ନଟ ପ୍ଲେସରେ କରିଥିଲା ଆନ୍ଦୋଳନ। କୋଚିର ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୋଲିସ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।