କଲେଜ ନିର୍ବାଚନରେ ବିଜେପିର ହୀନ ଚକ୍ରାନ୍ତ !

Oct 13, 2026 - 18:12
କଲେଜ ନିର୍ବାଚନରେ ବିଜେପିର ହୀନ ଚକ୍ରାନ୍ତ !

ନନ୍ଦିଘୋଷ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନରେ ଚାଲିଛି ବଡ ଘାପଲା । କ୍ୟାମ୍ପସରେ ପଲିଟିକ୍ସ ପୂରାଇ ବଡ ଷଡଯନ୍ତ୍ର କରୁଛନ୍ତି ସରକାର । ଯେଉଁଠି ବିସିଜେଡି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି ଜଣାପଡୁଛି, ସେଠାରେ କୌଣସି ନା କୌଣସି କାରଣ ଦର୍ଶାଇ ନିର୍ବାଚନକୁ ରଦ୍ଦ କରାଯାଉଛି ନଚେତ ସମସ୍ୟା ସୃଷ୍ଟି କରାଯାଉଛି । ବିଜେପିର ଏଭଳି ହୀନ ଚକ୍ରାନ୍ତର ଏବେ ପର୍ଦ୍ଦାଫାସ କରିଛି ବିଜେଡି । ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ପୋଲ୍ ଖୋଲିଛି ।

ବିଜେପି କଲେଜ ନିର୍ବାଚନରରେ ଅପରାଧିକରଣ କରି ଚାଲିଛି । ସେହିପରି କଟକ ଯପକୁଦ ମହିଳା ଡିଗ୍ରୀ କଲେଜରେ ଗତ ୧୦ ତାରିଖରେ ଘୋଷଣା ହେଲା ଯେ ଛାତ୍ର ବିଜେଡି ପ୍ରାର୍ଥୀ ନିର୍ଦ୍ବନ୍ଦ୍ୱରେ ନିର୍ବାଚନ ଜିତିଲେ । ହେଲେ ୧୨ ତାରିଖରେ କେଉଁ ଅଦୃଶ୍ୟ ଚାପ ପଡିଲା ଯେ,  ନିର୍ବାଚନକୁ ରଦ୍ଦ କରିଦିଆଗଲା  । ଆଉ ଏଥିପାଇଁ ଉତ୍ତରଦାୟୀ ହେଉଛନ୍ତି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ । କାରଣ ସେମାନେ ରାଜନୈତିକ ଚାପରେ ଅଛନ୍ତି  । ତେଣୁ ସେମାନଙ୍କୁ ନିଲମ୍ବନ କରାଯିବା ଦରକାର ।  ଏହାସହ ଓଡ଼ିଶା ସରକାରରେ ବର୍ତ୍ତମାନ ତିନି ଜଣ ଜ୍ଞାନେଶ କୁମାର ଅଛନ୍ତି ବୋଲି ଦଳ ଅଭିଯୋଗ କରିଛି । ସେମାନେ ହେଲେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ପୋଲିସ ଡିଜି । ଆଉ ଏବେ ସେ ତାଲିକାରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଯୋଡ଼ି ହୋଇଗଲେଣି । ବିଜେଡି ଜିତିଲେ ସମସ୍ୟା କରୁଛନ୍ତି ସରକାର । ରମାଦେବୀ ସମେତ ଅନେକ କଲେଜରେ ଭୋଟ ସିରିଏଲ ନମ୍ବର ବଦଳାଇବାକୁ ଯୋଜନା କରୁଛନ୍ତି ସରକାର । ହାରିବାର ଏତେ ଭୟ ଥିଲା ଯଦି କାହିଁକି ନିର୍ବାଚନ କରୁଥିଲେ ବୋଲି ବିଜେଡି ପ୍ରଶ୍ନ କରିଛି ।  ଜେନ-ଜି ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି । ଯେଉଁଥିପାଇଁ ଛାତ୍ର ବିଜେଡି ସପକ୍ଷରେ ଭୋଟ ମିଳିବ ବୋଲି କହିଛି ବିଜେଡି ।

ସରକାର ଆଜି ନିର୍ବାଚନ ନିଜେ ଲଢୁଛନ୍ତି ନିଜ ପରିଚୟ ରକ୍ଷା କରିବାକୁ । ସେଥିପାଇଁ ଅକ୍ଟୋବର ୧୫ ଐତିହାସିକ ଦିନ ହେବାକୁ ଯାଉଛି । ଯେଉଁଠି ଜେନ-ଜି ଦେଶର ସରକାରକୁ ହରାଇଲେ, ସେଇଠି ଓଡ଼ିଶା ସରକାର ଅବା କଣ ?ଜେନ-ଜି ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଗୀତ ଗାଉଛନ୍ତି । ସେମାନେ ନିଯୁକ୍ତି ଓ ସ୍ୱଚ୍ଛ ନେତୃତ୍ୱ ସହ ସମ୍ମାନ ଚାହୁଁଛନ୍ତି । ଜେନ-ଜିଙ୍କ କଥାକୁ ବିଜେଡି ଶୁଣିଛି, ଶୁଣୁଛି ଓ ଶୁଣୁଥିବ । ଆଗାମୀ ୫୦ ବର୍ଷ ଯାଏଁ ଓଡ଼ିଶାର ଦାୟିତ୍ୱ ନେବା ଲୋକଙ୍କ ପାଇଁ ଅକ୍ଟୋବର ୧୫ ଐତିହାସିକ ଦିନ ରହିବ । ସରକାରଙ୍କ ମୁଣ୍ଡ କାମ କରୁନି । ଜେନ-ଜିଙ୍କ ସ୍ୱର ଦବାଇବାକୁ ଚାହୁଁଛି ପ୍ରଶାସନ । ଛାତ୍ର ସଂସଦ ନିର୍ବାଚନରେ ବିଜେଡି ଜିତିବ । ଶୃଙ୍ଖଳିତ ନିର୍ବାଚନ ପରିଚାଳନା ସରକାରଙ୍କ ଦାୟିତ୍ୱ । ଅଯଥା ଚାପ ସୃଷ୍ଟି କଲେ ଆଗାମୀ ଦିନରେ ଜେନ-ଜି ଏହାର ଜବାବ ଦେବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।