ବନ୍ୟା ଛଡ଼ାଇ ନେଲା ବର୍ଷକର ଆହାର

Oct 13, 2026 - 17:29
ବନ୍ୟା ଛଡ଼ାଇ ନେଲା ବର୍ଷକର ଆହାର

ନନ୍ଦିଘୋଷ ବ୍ୟୁରୋ: ବନ୍ୟା ପାଣି ଫେରିଗଲା । ହେଲେ ଚାଷୀଙ୍କ ଆଖିରୁ ଲୁହ ଶୁଖୁନି । ଯେଉଁ କ୍ଷେତରେ ସୁନାର ଫସଲ ହସିବା କଥା ସେଠାରେ ଏବେ ମାଟି ଓ କାଦୁଅର ଆସ୍ତରଣ । କେଉଁଠି ପାଣିରେ ବୁ଼ଡ଼ି ପଚିବାକୁ ବସିଲାଣି ଧାନ ତଳି, ତ ଆଉ କେଉଁଠି ବନ୍ୟା ସ୍ରୋତରେ ଧୋଇ ଯାଇଛି କପା ଫସଲ । ହାତୀ, ତେଲ, ଉଦନ୍ତୀ ନଦୀରେ ବନ୍ୟା ଆସିବାରୁ କଳାହାଣ୍ଡି ଜିଲ୍ଲାରେ ହୋଇଛି ବ୍ୟାପକ କ୍ଷତି । ଭବାନୀପାଟଣା, କଲମପୁର, ଜୁନାଗଡ଼, ଧର୍ମଗଡ଼, ଜୟପାଟଣା, ଗୋଲାମୁଣ୍ଡା ଓ କୋକସରା ଭଳି ବିଭିନ୍ନ ବ୍ଲକରେ ହୋଇଛି ବ୍ୟାପକ ଚାଷ ନଷ୍ଟ । ଫଳରେ ଋଣ ଓ ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ବନ୍ୟା ଛଡ଼ାଇ ନେଇଛି ଚାଷୀଙ୍କ ବର୍ଷକର ଆହାର । ପୁଣି ଥରେ ଚାଷ କରିବାକୁ ଚାଷୀଙ୍କ ପାଖରେ ନା ଅଛି ପୁଞ୍ଜି, ନା ଭରସା। ଚାଷୀଙ୍କ ଅଭିଯୋଗ ମୁତାବକ, ରାଜ୍ୟର ଅନ୍ୟ ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଥିବା ବେଳେ କଳାହାଣ୍ଡିକୁ ଏଥିରୁ ବାଦ୍ ଦିଆଯାଇଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଚିହ୍ନଟ କରି ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ଭବାନୀପାଟଣା ସଦର ବିଧାୟକ । tittle

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।