କାଦୁଅରେ ମରଣଯନ୍ତା ଛେଣ୍ଡିପଦା ରାଜପଥ, ୧୫ରୁ ଅଧିକ ବାଇକ୍ ସ୍ଲିପ୍
ନନ୍ଦିଘୋଷ ବ୍ୟୁରୋ : ମରଣଯନ୍ତା ପାଲଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥ।ଛେଣ୍ଡିପଦା ବ୍ଲକର ନୈନି କୋଇଲା ଖଣିରୁ ପ୍ରତିଦିନ ଶହ ଶହ ଟ୍ରକରେ କୋଇଲା ପରିବହନ ହେଉଛି। ଟ୍ରକରୁ କାଦୁଅ ରାଜପଥ ଉପରେ ପଡୁଛି। ହାଲକା ବର୍ଷା ହେଲେ ଖଣି ସମୁଖ ରାସ୍ତା ପ୍ରାୟ ଦୁଇ କିମି ମରଣଯନ୍ତା ପାଲଟୁଛି। ଆଜି ଲଘୁଚାପ ବର୍ଷାରେ ନୈନି ଖଣି ସମ୍ମୁଖ ଦେଇ ଯାଇଥିବା ରାଜପଥରେ କାଦୁଅ ଯୋଗୁଁ ୧୫ରୁ ଅଧିକ ବାଇକ୍ ସ୍ଲିପ୍ ହୋଇ ପଡି ଆହତ ହୋଇଛନ୍ତି। ୪ ଚକିଆ ଗାଡି ରାସ୍ତା ତଳକୁ ଖସୁଛି। କମ୍ପାନୀ ଓ ଟ୍ରାନ୍ସପୋର୍ଟର ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ମଧ୍ୟ ରାସ୍ତା ସଫା କରୁନାହାନ୍ତି। ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି। ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଦାବୀ କରିଥିଲେ ମଧ୍ୟ ପ୍ରଶାସନ ନିରବ। ଏହି ରାସ୍ତାର ସମସ୍ୟା ନେଇ ଜିଲ୍ଲାପାଳ ଅଗଷ୍ଟ ୧୩ରେ କମ୍ପାନୀକୁ ଚିଠି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ। ତୁରନ୍ତ ପଦକ୍ଷେପ ନହେଲେ ରାଜରାସ୍ତା ଅବରୋଧ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।