ଜମି ଦେବା ନାଁରେ ଏକ କୋଟିରୁ ଅଧିକ ଟଙ୍କା ଠକେଇ, ଠକ ଦମ୍ପତିଙ୍କୁ ବାନ୍ଧିଲା ପୋଲିସ
ଜମି ଦେବା ନାଁରେ ଏକ କୋଟିରୁ ଅଧିକ ଟଙ୍କା ଠକେଇ, ଠକ ଦମ୍ପତିଙ୍କୁ ବାନ୍ଧିଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଜମି ଦେବା ନାଁରେ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଜମି କିଣିବାକୁ ଯାଇ ଠକେଇର ଶିକାର ହେଲେ ବ୍ୟକ୍ତି । ଦଲାଲ ଦମ୍ପତିଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । ଅଭିଯୁକ୍ତ ଶ୍ରୀମନ୍ତ କଳାସ ଏବଂ ତାଙ୍କ ପତ୍ନୀ ସୌମ୍ୟା ଶୁଭଦର୍ଶିନୀ କଳାସଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ ।
ଅଭିଯୋଗ ଅନୁସାରେ, ସହିଦନଗରରେ ଜମି ଓ ଘର କିଣାଇ ଦେବାକୁ ପ୍ରଲୋଭନ ଦେଖାଇବା ସହ ଟଙ୍କା ନେଇଥିଲେ । ବ୍ୟାଙ୍କ ଜରିଆରେ ୧ କୋଟି ଟଙ୍କା ଓ ନଗଦ ଆକାରରେ ନେଇଥିଲେ ୪୭ ଲକ୍ଷ ୬୦ ହଜାର ଟଙ୍କା । ୨୦୨୧ ଜାନୁଆରୀ ୧୫ରୁ ୨୦୨୨ ଅଗଷ୍ଟ ୯ ମଧ୍ୟରେ ସେମାନେ ଏହି ଟଙ୍କା ନେଇଥିଲେ । ଟଙ୍କା ପାଇବା ପରେ ଜମି ରେଜିଷ୍ଟ୍ରେସନ୍ କରୁ ନଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ବ୍ୟକ୍ତି ଜଣଙ୍କ ଅଭିଯୋଗ କରିବା ପରେ ଦଲାଲ ଦମ୍ପତିଙ୍କୁ ବାନ୍ଧି ପୋଲିସ କୋର୍ଟ ଚାଲାଣ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।