ଦିଲ୍ଲୀରୁ ଡାକରା, ଆନ୍ଦୋଳନ ପାଇଁ ସଜବାଜ ଓଡ଼ିଶା କଂଗ୍ରେସ
ନନ୍ଦିଘୋଷ ବ୍ୟୁରୋ: ଦେଶର ରାଜଧାନୀରେ ଗର୍ଜିବେ ଓଡ଼ିଶା ନେତା । ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକରା । ଇସିଆଇଙ୍କ ବିରୋଧରେ ଆନ୍ଦୋଳନରେ ହେବେ ସାମିଲ । ଇଣ୍ଡି ମେଣ୍ଟ ପକ୍ଷରୁ ଚାଲିଥିବା ଆନ୍ଦୋଳନରେ ଯୋଗଦେବେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ରାଜ୍ୟ କଂଗ୍ରେସ ନେତାଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ କୁହାଯାଇଛି । ଆସନ୍ତାକାଲି ଦିଲ୍ଲୀ ଜନ୍ତରମନ୍ତରରେ ଜୋରଦାର ଲଢେଇ ହେବ । ଦିଲ୍ଲୀରେ ଗଣତନ୍ତ୍ରକୁ ହତ୍ୟା କରିବାକୁ ଯୋଜନା ଚାଲିଛି । ଗଣତନ୍ତ୍ର ରକ୍ଷା ପାଇଁ ରାହୁଲ ଗାନ୍ଧୀ ଯେଉଁଭଳି ଲଢେଇ ଲଢୁଛନ୍ତି, ଆମେ ତାଙ୍କର ସାଥ ଦେବାକୁ ପଡିବ । ମୋତେ ଦିଲ୍ଲୀ ପୋଲିସ ଭୟବିତ୍ତ କରିପାରିବ ନାହିଁ.. ମୁଁ ଅସୁସ୍ଥ ଅଛି କିନ୍ତୁ ଲଢେଇ ଛାଡ଼ିବି ନାହିଁ । ଏହାପରେ ଓଡିଶା ସରକାର ମଧ୍ୟ ତିଷ୍ଠିବେ ନାହିଁ । ରାଜ୍ୟସରକାରଙ୍କ ବିରୋଧରେ ମଧ୍ୟ ବଡ ମୁଭମେଣ୍ଟ ହେବ । ଯେତେ ପୋଲିସ ଆସିଲେ ମଧ୍ୟ ଆନ୍ଦୋଳନକୁ ଅଟକାଇ ପାରିବେ ନାହିଁ । ଏଭଳି କହି ଡବଲ ଇଂଜନ ସରକାରକୁ ଚେତାବନୀ ଦେଇଛି କଂଗ୍ରେସ ।
ଦିଲ୍ଲୀରୁ ଡାକରା ଆସିବା ପରେ ଚଳଚଞ୍ଚଳ ଓଡ଼ିଶା କଂଗ୍ରେସ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ଦିଲ୍ଲୀ ଲଢେଇ ସାମିଲ ହେବେ ବୋଲି କହିଛନ୍ତି । ଯନ୍ତର ମନ୍ତର ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବାକୁ ଏଭଳି ନିଷ୍ପତି ନେଇଛି କଂଗ୍ରେସ । ପିସିସି ସଭାପତି, ପୂର୍ବତନ ପିସିସି ସଭାପତି, ସାଂସଦ, ବିଧାୟକ ମାନଙ୍କୁ ଦିଲ୍ଲୀ ଡାକରା ହୋଇଛି । ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେସ କୁମାର ଇସ୍ତଫା ପ୍ରସଙ୍ଗରେ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଛି କଂଗ୍ରେସ । କେବଳ ଓଡ଼ିଶା ନୁହେଁ ସମସ୍ତ ରାଜ୍ୟର କଂଗ୍ରେସ ନେତାମାନଙ୍କୁ ଦିଲ୍ଲୀ ଡାକରା ହୋଇଛି । ଗତକାଲି ଜନ୍ତରମନ୍ତରରୁ ଯେଉଁଭଳି ବର୍ବାରତାର ଦୃଶ୍ୟ ଦେଖିବାକୁ ମିଳିଛି, ଏହାକୁ ନିନ୍ଦା କରିଛି କଂଗ୍ରେସ । କେନ୍ଦ୍ର ସରକାର ଅଘୋଷିତ ଏମରଜନ୍ସୀ ଲାଗୁ କରିଛନ୍ତି ଦେଶରେ । ପୂର୍ବତନ ମୁଖ୍ୟମନ୍ତ୍ରୀ, ୩ ହଜାରରୁ ଉର୍ଦ୍ଧ ଯୁବକ- ଯୁବତୀଙ୍କୁ ଅଟକ ରଖାଯାଇଛି । ବିମାନ ଭିତରୁ ଯୁବକଙ୍କୁ ଗିରଫ କରାଯାଉଛି । ଦେଶରେ ଆଉ ଗଣତନ୍ତ୍ର ନାହିଁ ବୋଲି ଓଡିଶା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।