ଦେବୀ ପୀଠରେ ଷୋଳ ପୂଜା

Oct 11, 2026 - 18:37
ଦେବୀ ପୀଠରେ ଷୋଳ ପୂଜା

ଖୋର୍ଦ୍ଧା : ଦେବୀ ପୀଠରେ ଚାଲିଛି ଷୋଳ ପୂଜା। ଚଳଚଞ୍ଚଳ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗାଁପୁର ଗାଁର ବନଦୁର୍ଗା ମନ୍ଦିର। ରାଜା ରଜୁଡ଼ା ଅମଳରୁ ଏହି ମନ୍ଦିର ଅବସ୍ଥିତ। ପଶ୍ଚିମ ମୁଖା ମହାଦେବଙ୍କ ମନ୍ଦିର ପରିସରରେ ମାଆ ବନଦୁର୍ଗାଙ୍କ ମନ୍ଦିର ରହିଛି। ଷୋଳ ପୂଜାରେ ମନ୍ଦିର ପରିସର ଉତ୍ସବ ମୁଖର ହୋଇଥାଏ। ଘଣ୍ଟ ଘଣ୍ଟା, ଢୋଲରେ ପୀଠ କମ୍ପିଥାଏ। ଏଠାରେ ଏକ ଭିନ୍ନ ପରମ୍ପରା ରହିଛି , ଷୋଳ ପୂଜାରେ ପ୍ରତିଦିନ ଆମିଷ ଭୋଗ ହୁଏ। ଏହି ଆମିଷ ଭୋଗ ମହାଦେବ ଙ୍କ ପୂଜା ଥାଳିରେ ପ୍ରସାଦ ରୂପେ ମା ବନଦୁର୍ଗା ଙ୍କୁ ଅର୍ପଣ କରାଯାଏ।

ଆଜିଠାରୁ ଏଠାରେ ମଧ୍ୟ ନବରାତ୍ର ପୂଜା ହେଉଛି । ଷୋଳପୂଜାରେ ପ୍ରତି ସନ୍ଧ୍ୟାରେ ମା ଙ୍କ ପାଖେ ଆଳତି ହୁଏ। ପରଂପରା ଅନୁସାରେ ପୂଜକ ମାନେ ପାଳି କରି ପୂଜା ଏବଂ ଆଳତି କରନ୍ତି।ଏହି ଆଳତି ପରେ  ପ୍ରସାଦ ଲାଗି ହୁଏ। ବର୍ଷ ତମାମ ମହାଦେବଙ୍କ ମନ୍ଦିର ପରିସରରେ ଆମିଷ ବାରଣ ଥାଏ। କିନ୍ତୁ ଏହି ଷୋଳପୂଜାରେ ପ୍ରତି ସନ୍ଧ୍ୟାରେ ମହାଦେବଙ୍କ ଭୋଗ ଥାଳିରେ ଆମିଷ ଭୋଗ ମାଙ୍କୁ ଲାଗି ହୁଏ। ଏହି ପୁରାତନ ମନ୍ଦିରରେ ବହୁ ମାନସିକ ଧାରି  ମନୋସ୍କାମନା ପୂର୍ଣ୍ଣ ହେଲେ ଆମିଷ ଭୋଗ କରିଥାନ୍ତି।

ମାଙ୍କ ଆଳତି ଦର୍ଶନ କରି ମାନସିକ ସହ ପ୍ରସାଦ ସେବନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।