ପାର୍ବଣ ଋତୁରେ ସଜାଗ ପୋଲିସ, ଚୋରି, ଛିନତାଇ ଓ ହିଂସାକୁ ରୋକିବାକୁ ମାଷ୍ଟରପ୍ଲାନ

Oct 07, 2026 - 19:20
ପାର୍ବଣ ଋତୁରେ ସଜାଗ ପୋଲିସ, ଚୋରି, ଛିନତାଇ ଓ ହିଂସାକୁ ରୋକିବାକୁ ମାଷ୍ଟରପ୍ଲାନ

ସମ୍ବଲପୁର: ପାର୍ବଣ ଋତୁରେ ସଜାଗ ପୋଲିସ । ଚୋରି, ଛିନତାଇ ଓ ହିଂସାକୁ ରୋକିବାକୁ ମାଷ୍ଟରପ୍ଲାନ । ସମ୍ବଲପୁରରେ ଜୋରଦାର ଚାଲିଛି ପାଟ୍ରୋଲିଂ । ଆଗକୁ ଆସୁଛି ଦୁର୍ଗାପୂଜା । ସହରରେ ବଢିବ ଲୋକଙ୍କ ଭିଡ଼ । ଯାହାର ସୁଯୋଗ ନେଇ ଅପରାଧୀମାନେ ଚୋରି, ଲୁଟ୍ ଓ ଅନ୍ୟାନ୍ୟ ଅପରାଧ ଘଟାଇବାର ଆଶଙ୍କା ରହିଛି । ଭିଡ଼ ଅଞ୍ଚଳ, ପୂଜା ମଣ୍ଡପ ଓ ସମ୍ବେଦନଶୀଳ ସ୍ଥାନ ଉପରେ ପୋଲିସର ରହିବ ତୀକ୍ଷ୍ଣ ନଜର । ପୂଜାକୁ ଶାନ୍ତିଶୃଙ୍ଖଳା ସହ ସାରିବା ପାଇଁ ସମ୍ବଲପୁର ପୋଲିସ ଏବେଠୁ ଆରମ୍ଭ କରିଦେଲାଣି ପ୍ରସ୍ତୁତି । ସହର ସାରା ପୋଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ବେଳେ ବାଇକ ମାଧ୍ୟମରେ ଗଳିକନ୍ଦିରେ ପଇଁତରା ମାରୁଛି ପୋଲିସ ।

କେବଳ ଅପରାଧ ନିୟନ୍ତ୍ରଣ ନୁହେଁ, ଅସାମାଜିକ ବ୍ୟକ୍ତି ଓ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯିବ । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଲୋକେ ମଧ୍ୟ ପୋଲିସକୁ ସହଯୋଗ କରିବାକୁ ଅପିଲ୍ କରାଯାଇଛି । ସବୁଠୁ ବଡ଼ କଥା ହେଲା AI କ୍ୟାମେରା ମାଧ୍ୟମରେ ଅପରାଧୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି ।ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାରେ ସାରିବା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି । କେତେ ଦୂର ସଫଳ ହେଉଛି ମାଷ୍ଟରପ୍ଲାନ ? ତାହା ଦେଖିବାକୁ ବାକି ରହିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।