ରସାୟନ ବିଜ୍ଞାନରେ ହେନରୀ ଓ କେନସୋଙ୍କୁ ନୋବେଲ ସମ୍ମାନ
ନନ୍ଦିଘୋଷ ବ୍ୟୁରୋ: ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ଘୋଷଣା । ଫ୍ରାନ୍ସର ହେନରୀ ବି. କାଗାନ ଓ ଜାପାନର କେନସୋ ସୋଆଇଙ୍କୁ ମିଳିବ ଏହି ସମ୍ମାନ। ଗୋଟିଏ ଅଣୁର ଦୁଇଟି ସମାନ ପ୍ରତିବିମ୍ବ ରୂପ ମଧ୍ୟରୁ ରାସାୟନିକ ପ୍ରତିକ୍ରିୟା କିପର ଗୋଟିଏ ରୂପକୁ ଅଧିକ ପସନ୍ଦ କରିପାରେ ତାହାର ଆବିଷ୍କାର ନେଇ ଉଭୟଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ ନେଇ ଚୟନ କରାଯାଇଛି । ଦି ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ବୁଧବାର ଏନେଇ ଘୋଷଣା କରାଯାଇଛି।
ହେନେରୀ କାଗାନ ଫ୍ରାନ୍ସର ଓରସେସ୍ଥିତ ପ୍ୟାରିସ-ସୁଡ଼ ବିଶ୍ବବିଦ୍ୟାଳୟ ସହ ଜଡ଼ିତ ଥିବା ବେଳେ ୯୫ ବର୍ଷୀୟ କେନସୋ ସୋଆଇ ଜାପାନର ଟୋକିଓ ବିଜ୍ଞାନ ବିଶ୍ବବିଦ୍ୟାଳୟ ସହ ଜଡ଼ିତ ଅଛନ୍ତି । ଅଟୋକାଟାଲିସିସ୍ ଏହି ଗବେଷଣାର ମୁଖ୍ୟ ବିଶେଷତା ଅଟେ । ସାଧାରଣତଃ କୌଣସି ରାସାୟନିକ ପ୍ରତିକ୍ରିୟାର ଗତି ବଢାଇବା ପାଇଁ ବାହାରୁ କାଟାଲିଷ୍ଟ ମିଶାଇବାକୁ ପଡ଼ିଥାଏ । କିନ୍ତୁ ସ୍ୱୟଂ-ଉତ୍ପେରଣରେ ପ୍ରତିକ୍ରିୟାରୁ ସୃଷ୍ଟି ହେଉଥିବା ପଦାର୍ଥ ନିଜେ ସେହି ପ୍ରତିକ୍ରିୟାର ଗତି ବଢ଼ାଇଥାଏ । ଅର୍ଥାତ୍ ପ୍ରତିକ୍ରିୟା ଆରମ୍ଭ ହେବା ପରେ ଏହା ନିଜକୁ ନିଜେ ଆହୁରି ଦ୍ରୁତ କରିପାରେ ।
ଅସମମିତ ଜୈବ ସଂଶ୍ଲଷଣରେ ହେନେରୀ କାଗାନଙ୍କ ଗବେଷଣା ନୂଆ ଦିଗ ଖୋଲିଥିଲା । ଏହା ମାଧ୍ୟମରେ ରାସାୟନିକ ପ୍ରତିକ୍ରିୟାରେ ଅଣୁର ନିର୍ଦ୍ଦିଷ୍ଟ ମିରର ଇମେଜ ବା ପ୍ରତିରୂପ ତିଆରି କରିବା ସମ୍ଭବ ହୋଇଛି । ଔଷଧ, ସୁଗନ୍ଧ, ସ୍ୱାଦ ଓ ବିଭିନ୍ନ ନୂତନ ସାମଗ୍ରୀ ନିର୍ମାଣରେ ଏହି ଗବେଷଣା ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।
ଅନ୍ୟପଟେ, ୨୦୨୩ ମସିହାରେ କେନସୋ ସୋଆଇ ଏପରି ଏକ ପ୍ରତିକ୍ରିୟା ପ୍ରଦର୍ଶନ କରିଥିଲେ, ଯେଉଁଥିରେ ଦୁଇଟି ମିରର ପ୍ରତିବିମ୍ବ ରୂପ ମଧ୍ୟରୁ କେବଳ ଗୋଟିଏ ରୂପ ଉତ୍ପାଦିତ ହୋଇଥିଲା। କାରଣ ଜୈବିକ ବ୍ୟବସ୍ଥାକୁ ବାଦ ଦେଲେ, ଏତେ ଅଧିକ ମାତ୍ରାରେ ରସାୟନିକ ପ୍ରତିକ୍ରିୟା ସ୍ବତଃସ୍ଫୂର୍ତ୍ତ ଭାବେ ହାସଲ କରିବାରେ କୌଣସି ବୈଜ୍ଞାନିକ ଏହା ପୂର୍ବରୁ ସଫଳ ହୋଇନଥିଲେ । ଏହି ଘଟଣାକୁ ‘ହୋମୋକାଇରାଲିଟି’ କୁହାଯାଏ । ଅର୍ଥାତ୍ ଯେତେବେଳେ କୌଣସି ବ୍ୟବସ୍ଥାରେ ଗୋଟିଏ ପ୍ରକାରର ରସାୟନିକ ପ୍ରତିକ୍ରିୟା ଥିବା ଅଣୁକୁ ଅନ୍ୟ ରୂପ ତୁଳନାରେ ବହୁ ଅଧିକ ପସନ୍ଦ କରାଯାଏ । ଏହା ଏକ ଐତିହାସିକ ସଫଳତା ଥିଲା। ଏହି କାରଣରୁ ଏହି ଦୁଇ ବୈଜ୍ଞାନିକଙ୍କ ଅବଦାନକୁ ବିଶେଷ ସ୍ୱୀକୃତି ମିଳିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।