ପ୍ରେମ ପ୍ରତାରଣାରେ ବଢୁଛି ମାମଲା, ୭ ମାସରେ ୧୦୩ କେସ୍

Oct 06, 2026 - 18:53
ପ୍ରେମ ପ୍ରତାରଣାରେ ବଢୁଛି ମାମଲା, ୭ ମାସରେ ୧୦୩ କେସ୍

ବାରଙ୍ଗ: ୪ ଜୁନ ୨୦୨୬ । ବାରଙ୍ଗ ଥାନା କାଠଯୋଡ଼ି ନଦୀ ପଠାରୁ ମିଳିଥିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ । ମାମଲା ଖୋଳତାଡ଼ ପରେ ସାମ୍ନାକୁ ଆସିଥିଲା ପ୍ରେମ ପ୍ରତାରଣାର ପ୍ରମାଣ । ଓଏଏସ ଅଫିସର ଭୀମସେନ ଟୁଡୁ ଦୀର୍ଘଦିନ ଧରି ଚନ୍ଦ୍ରିକାଙ୍କୁ ପ୍ରେମ କରୁଥିବା ବେଳେ ଧୋକା ଯୋଗୁଁ ପ୍ରାଣ ହାରିଥିଲେ ଯୁବତୀ । ୨୦୨୬ ଏପ୍ରିଲ ୨୭ ତାରିଖ । ପ୍ରେମ ଓ ପରେ ପ୍ରତାରଣା କେସରେ ଗିରଫ ହୋଇଥିଲେ ଦେବରାଜ ବିଶୋୟୀ । ସେହିପରି ୨୦୨୬ ଅଗଷ୍ଟ ୨ । ଲଭ ସେକ୍ସ ଧୋକା ମାମଲାରେ ଲିଙ୍ଗରାଜ ଥାନା ପୋଲିସ ଭବତୋଷ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୧୨ ଜୁଲାଇ, ୨୦୨୬ରେ ଶାରୀରିକ ସଂପର୍କ ପରେ ଧୋକା ଅଭିଯୋଗରେ କନ୍ଧମାଳ ଜିଲା ଟିକାବାଲିର ଦେବାଶିଷ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ବିଧାନସଭାରୁ ମିଳିଥିବା ତଥ୍ୟ ମୁତାବକ ଗତ ୭ ମାସ ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୦୩ ମାମଲା ରୁଜୁ ହୋଇଥିବା ବେଳେ ୩୪ଟି ମାମଲାରେ ଆପୋଷ ବୁଝାମଣା ହୋଇଛି । ୬୩ ଜଣ ପୁରୁଷ ଗିରଫ ହୋଇ ଜେଲ ଯାଇଛନ୍ତି।

୨୦୨୫ ମସିହା ମେ’ ୧୨ ରେ ଘଟିଥିଲା ଆଉ ଏକ ଚର୍ଚ୍ଚିତ ଘଟଣା । ବେଦୀ ଉପରେ ପହଁଚି ବାହାଘର ଭାଙ୍ଗିଥିଲା ପୁରୁଣା ପ୍ରେମିକ । ରାଜଧାନୀର ଧଉଳି ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏ ଘଟଣା । ଖାଲି ଭୁବନେଶ୍ବର ନୁହେଁ ସାରା ରାଜ୍ୟରେ ଏଭଳି ମାମଲା ବଢିବାରେ ଲାଗିଛି । ଧୋକାଦାରୀ କେସରେ ଦ୍ଵିତୀୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ଯେଉଁଠି ୫୩ଟି ମାମଲା ରୁଜୁ କରିଛି ପୋଲିସ । ସେହିଭଳି ମୟୂରଭଞ୍ଜ ପୋଲିସ ୩୯ଟି ମାମଲା ରୁଜୁ କରିବା ସହ ୨୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କେନ୍ଦୁଝର ଜିଲ୍ଲା ପୋଲିସ ୩୩ଟି ମାମଲା ରୁଜୁ କରିବା ସହ ତଳକୁ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।