ପ୍ରୋତ୍ସାହନ ଅଭାବରୁ ଲୋପ ପାଇବାକୁ ବସିଲାଣି ପରମ୍ପରା
ନନ୍ଦିଘୋଷ ବ୍ୟୁରୋ: କଥାରେ ଅଛି କଳା ବଞ୍ଚିଲେ, କଳାକାର ବଞ୍ଚେ। ରାଜତନ୍ତ୍ର ସମୟରୁ ମୟୂରଭଞ୍ଜରେ କଳାର ସ୍ଵତନ୍ତ୍ର ପରିଚୟ ରହିଆସିଛି । ପାରମ୍ପାରିକ ନୃତ୍ୟ ଗୀତକୁ ବେଶ ଅ।ଦର କରିବା ସହ କଳାକାରଙ୍କୁ ପ୍ରୋତ୍ସାହିତ କରୁଥିଲେ ରାଜା ମହାରାଜା । ସେ ଝୁମର ହେଉ କିମ୍ବା ଛଉ , କଳସ ନୃତ୍ୟ ହେଉ କି ଚାଂଗୁ କିମ୍ବା ଅ।ଦିବାସୀଙ୍କ ଦାସାଏ ନୃତ୍ୟ ଗୀତ। ସବୁର ରହିଛି ସ୍ଵତନ୍ତ୍ର ପରିଚୟ।
ଦୁର୍ଗାପୂଜା ଅବସରରେ ପାରମ୍ପରିକ ବେଶଭୂଷା ସହ ବାଦ୍ୟ ହାତରେ ଧରି ସାନ୍ତାଳ ସଂପ୍ରଦାୟର କଳାକାର ବାହାରିପଡ଼ନ୍ତି ପୋଟପାଟଣା ପାଇଁ । ଗାଁ ଗାଁ ବୁଲି ନୃତ୍ୟ ଗୀତର ତାଳେ ତାଳେ ମାଙ୍କ ଅ।ଗମନୀ ବାର୍ତ୍ତା ଦେଇଥାନ୍ତି। ମାତ୍ର ପ୍ରୋତ୍ସାହନ ଅଭାବରୁ ଲୋପ ପାଇବାକୁ ବସିଲାଣି ଏହି ପରମ୍ପରା। ସମୟ ବଦଳିବା ସହ ବଦଳିଛି କଳାର ପରିଭାଷା। ଆଧୁନିକତାର ଛାପରେ ହେଉ କିମ୍ବା ପ୍ରୋତ୍ସାହନର ଅଭାବ, ଅନେକ ପାରମ୍ପରିକ ବାଦ୍ୟ, ନୃତ୍ୟ ଗୀତ ନିଜର ସତ୍ତା ହରାଇବାକୁ ବସିଲାଣି। ଏସବୁ ଭିତରେ କଳାକାରଙ୍କ ପାରମ୍ପରିକ କଳା ସଉକ ବଞ୍ଚଇବାରେ ରାହା ଯୋଗାଇଛି ମୟୂରଭଂଜ । ପବିତ୍ର ଦୁର୍ଗାପୂଜା ଅବସରରେ ବିଭିନ୍ନ ଅଂଚଳରୁ କଳାକାର ବାରିପଦା ସହରକୁ ଅ।ସିଥାନ୍ତି। ପାରମ୍ପରିକ ବେଶଭୂଷା ପରିଧାନ କରି ହାତରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ଧରି ବାହାରିପଡ଼ନ୍ତି ରୋଜଗାର ଆଶାରେ । ଗାଁ ଗାଁ ବୁଲି ଲୋକଙ୍କ ମନୋରଞ୍ଜନ କରିବା ସହ ଅର୍ଥ ଉପାର୍ଜନ କରିଥାନ୍ତି । ତେବେ ଆଦିବାସୀ ସଂପ୍ରଦାୟର କଳା ଲୋପ ପାଇବା ପୂର୍ବରୁ ସରକାର ପ୍ରୋତ୍ସାହନ ଯୋଗାଇଦେବା ଜରୁରୀ ହୋଇପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।