ବଣ୍ଡାଘାଟିରେ ମିଳୁନି ପିଇବା ପାଣି

Oct 27, 2026 - 18:25
ବଣ୍ଡାଘାଟିରେ ମିଳୁନି ପିଇବା ପାଣି

ନନ୍ଦିଘୋଷ ବ୍ୟୁରୋ: ଆଦିମ ଜନଜାତିଙ୍କୁ ମିଳୁନି ପିଇବା ପାଣି । ବଣ୍ଡାଘାଟିରେ ଉତ୍କଟ ପାନୀୟ ଜଳ ସଙ୍କଟ । ଭରସା ସାଜିଛି ନାଳ ପାଣି  । ଏ ହେଉଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅଣ୍ଡ୍ରାହାଲ ପଞ୍ଚାୟତ ଶିଶାସାହିର ଦୃଶ୍ୟ । ଗାଁରେ ନା ଅଛି ନଳକୂପ ନା ହେଉଛି ପାନୀୟ ଜଳ ଯୋଗାଣ । ଯେଉଁ ଦୁଇଟି ନଳକୂପ ରହିଛି ତାହା ଅଚଳ ହୋଇପଡ଼ିଛି । ବାଧ୍ୟ ହୋଇ ଏକ କିଲୋମିଟର ଦୂରରେ ଥିବା ନାଳରୁ ପାଣି ଆଣି ଚଳୁଛନ୍ତି ଲୋକେ । ଦୂଷିତ ପାଣି ବ୍ୟବହାର କରିବା ଦ୍ଵାରା ଅନେକ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି ।

ଅଣ୍ତ୍ରାହଲ ପଞ୍ଚାୟତ ଅଧୀନରେ ୪୧ଟି ନଳକୂପ, ୧୫ ସୋଲାର ପିଡବ୍ଲୁଏସଏସ ଏବଂ ୯ ଟି ଝରଣା ଜଳ ଯୋଗାଣ କରାଯାଇଛି । ହେଲେ ଅଧିକାଂଶ ନଳକୂପରୁ ପାଣି ବାହାରୁନି । ପାନୀୟ ଜଳ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା ଫଳ ଶୂନ । ଗୋଟିଏ ପଟେ ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ସରକାର ଅନେକ ଯୋଜନା ଓ ପଦକ୍ଷେପ ନେଉଛନ୍ତି । ଅନ୍ୟପଟେ ଶିଶାସାହିରେ ପିଇବା ପାଣି ପାଇଁ ଲୋକେ ଏବେ ବି ନାଳ ପାଣି ଉପରେ ନିର୍ଭରଶୀଳ । ଯାହା ସମସ୍ତ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଠିଆ କରିଛି ।…

କେବେ ପାନୀୟ ଜଳ ସମସ୍ୟାର ହେବ ସମାଧାନ ? କେବେ ଲୋକଙ୍କୁ ମିଳିବ ପିଇବା ପାଣି ?  ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।