ଭୁଶୁଡ଼ିଲା ଝୁଲେନ ବ୍ରିଜ
ନନ୍ଦିଘୋଷ ବ୍ୟୁରୋ: ୯ ସେପ୍ଟେମ୍ବର, ୨୦୨୧ । ଭୁଶୁଡ଼ି ପଡ଼ିଲା ଝୁଲେନ ବ୍ରିଜ । ୨୫ ମେ, ୨୦୨୩ । ଆରମ୍ଭ ହେଲା ନୂଆ ବ୍ରିଜ କାମ । ଟେଣ୍ଡରକୁ ୩ ବର୍ଷ ବିତିଲାଣି । ଅଥଚ ବ୍ରିଜ କାମ ସଂପୂର୍ଣ୍ଣ ହୋଇପାରୁନି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଖର୍ଲା ନଦୀ ଉପରେ ଠିଆ ହୋଇଛି ଅଧାଗଢା ପିଲାର । ଦିନ ଥିଲା ଝୁଲେନ ବ୍ରିଜ କୁଚିଣ୍ଡା ସହରକୁ ଜମନକିରା, ଦେବଗଡ଼ ଓ ସମ୍ବଲପୁରକୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଥିଲା । ୨୦୨୧ରେ ବ୍ରିଜଟି ଭୁଶୁଡ଼ି ପଡ଼ିବା ପରେ ଯାତାୟାତ ସଂପୂର୍ଣ୍ଣ ଠପ ହୋଇଯାଇଛି । କୁଚିଣ୍ଡା ଏବଂ ଜମନକିରା ଅଞ୍ଚଳର ଲୋକଙ୍କୁ ଅଧିକ ବାଟ ବୁଲି ଯିବାକୁ ପଡୁଛି ।
ପୁରୁଣା ପୋଲ ସ୍ଥାନରେ ନୂତନ ପୋଲ ନିର୍ମାଣ ଚାଲିଛି । ୧୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ ବରାଦରେ କାମ ଚାଲିଛି । ହେଲେ ପ୍ରଶାସନିକ ଅବହେଳାରୁ କାମ ସରିବାର ନାଁ ଧରୁନି । ବାରମ୍ବାର ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା ଫଳ ଶୂନ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କହିଛନ୍ତି । ଗତବର୍ଷ ଅଧିକ ବର୍ଷା ହେବାରୁ କାମ ସଂପୂର୍ଣ୍ଣ ହୋଇପାରିନାହିଁ । ଯଥାଶୀଘ୍ର କାମ ଶେଷ କରାଯିବ ।
ମନ୍ତ୍ରୀଙ୍କ ପ୍ରତିଶୃତି କେବେ ବାସ୍ତବ ରୂପ ନେଉଛି ? କେବେ ନୂତନ ବ୍ରିଜର ସରୁଛି କାମ ? ତାହା ଦେଖିବାକୁ ବାକି ରହିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।