ବନ୍ୟାପାଣିରେ ଭାସି ୪ ନିଖୋଜ, ଜଣେ ଛାତ୍ରୀ ମୃତ
ନନ୍ଦିଘୋଷ ବ୍ୟୁରୋ : ବନ୍ୟାପାଣିରେ ଭାସି ୪ ନିଖୋଜ। ବୈତରଣୀ ନଦୀ ନିକଟସ୍ଥ ମୁଁଆ ଗାଁରେ ଅଘଟଣ। ବନ୍ୟା ପାଣିରେ ପଶି ରାସ୍ତା ପାରି ହେଉଥିବା ବେଳେ ଭାସିଯାଇ ମୁଁଆ ଗାଁର ଗୋଲେଖ ଦାସ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ୩ଜଣ ମଧ୍ୟ ଭାସି ଯାଇ ନିଖୋଜ ଅଛନ୍ତି। ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଡଙ୍ଗା ଦ୍ଵାରା ଖୋଜାଖୋଜି ଜାରିରହିଛି। ସେହିପରି ଧାମନଗର ବ୍ଲକ ଗେଙ୍ଗୁଟି ନଦୀରେ ଭାସିଯାଇ ଛାତ୍ରୀ ମୃତ। ଶୌଚ ହେବାକୁ ଯାଉଥିବା ସମୟରେ ଭାସିଯାଇଥିଲେ ଛାତ୍ରୀ। ଖବରପାଇ ଧାମନଗର ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜା ଖୋଜି କରିବା ପରେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ବାରମ୍ବାର ବନ୍ୟାରେ ଲୋକମାନେ ଭାସି ଯାଉଥିବା ଅଭିଯୋଗ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।