ବାଣୀବିହାରରେ ବୋମାମାଡ଼

Oct 12, 2026 - 12:18
ବାଣୀବିହାରରେ ବୋମାମାଡ଼

ଭୁବନେଶ୍ବର : ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଣୀବିହାର ବିଶ୍ବବିଦ୍ୟାଳୟରେ ଉତ୍ତେଜନା । ୧ ନମ୍ବର ହଷ୍ଟେଲ ପଛପଟେ ବିଳମ୍ବିତ ରାତିରେ ବୋମା ମାଡ଼ ଅଭିଯୋଗ । ପୂର୍ବରୁ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଦେଖା ଦେଇଥିଲା ଉତ୍ତେଜନା । ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ କ୍ୟାମ୍ପସରେ ବୋମା ଫୁଟିବା ପରି ପ୍ରଚଣ୍ଡ ଶବ୍ଦ ହୋଇଥିଲା । କ୍ୟାମ୍ପନିଙ୍ଗ ସମୟରେ ବୋମା ମାଡ ହୋଇଥିବା ଅଭିଯୋଗ ହୋଇଛି ।  ଯାହାକୁ ନେଇ ୧ ନମ୍ବର ଛାତ୍ରାବାସ ଆଗରେ ହୋହାଲ୍ଲା କରିଥିଲେ ଛାତ୍ର । ପ୍ରତିବାଦରେ ମୁଖ୍ୟ ଫାଟକ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଘେରିଥିଲା ବିଜୁ ଛାତ୍ର ଜନତା ଦଳ । ପରିସ୍ଥିତି ଅଣାୟତ ହେବାରୁ ଘଟଣା ସ୍ଥଳକୁ ଯାଇ ଆନ୍ଦୋଳନରତ ଛାତ୍ରଙ୍କୁ ବୁଝାସୁଝା କରିଥିଲେ ଡିସିପି ।  ଛାତ୍ର ବିଜେଡି ତରଫରୁ ଡିସିପିଙ୍କୁ ଏକ ଦାବି ପତ୍ର ମଧ୍ୟ ଦିଆ ଯାଇଛି ।  ପରେ ଡିସିପି ଏକ ନମ୍ୱର ହଷ୍ଟେଲ ଯାଇ ବୋମା ଶବ୍ଦ ଆସିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗିରହିଥିବାରୁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।….

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।