ବେଞ୍ଜାମିନ ନେତନ୍ୟାହୁଙ୍କୁ ହାତରୁ ଖସିପାରେ ଇସ୍ରାଏଲ ଶାସନ

Nov 08, 2026 - 08:18
ବେଞ୍ଜାମିନ ନେତନ୍ୟାହୁଙ୍କୁ ହାତରୁ ଖସିପାରେ ଇସ୍ରାଏଲ ଶାସନ

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲରେ କିଏ କରିବେ ସରକାର ? ନିର୍ବାଚନର ୨ ସପ୍ତାହ ପରେ ବି ଦେଶରେ ଗଠନ ହୋଇପାରୁନି ସରକାର। ପ୍ରଧାନମନ୍ତ୍ରୀ ହେବା ଲାଗି ବେଞ୍ଜାମିନ ନେତନ୍ୟାହୁ ଆଗ୍ରହୀ ଥିବା ସତ୍ତ୍ବେ ମିଳିପାରୁନି ସମର୍ଥନ। ତେବେ ଆଜି ଏନେଇ ନିଷ୍ପତ୍ତି ନେବେ ରାଷ୍ଟ୍ରପତି ଆଇଜାକ ହରଜୋଗ। କିଛି ବିରୋଧୀ ସାଂସଦ ବିରୋଧୀ ଦଳ ନେତା ଗାଦି ଏସନକୋଟଙ୍କୁ ସମର୍ଥନ କରୁଥିବାବେଳେ ନେତନ୍ୟାହୁ ହୋଇପାରନ୍ତି ନିରାଶ। ୧୨୦ ଆସନ ବିଶିଷ୍ଟ ନେସେଟରେ ସରକାର ଗଠନ ଲାଗି ପ୍ରାୟ ସମସ୍ତ ଦଳର ନେତାଙ୍କ ସହ ଗୁରୁବାର ଆଲୋଚନା କରିଥିଲେ ହେରଜୋଗ। କୁହାଯାଉଛି ପ୍ରାୟ ୬୭ ଜଣ ସାଂସଦ ଏସନକୋଟଙ୍କୁ ସମର୍ଥନ କରୁଥିବାରୁ ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଆଶା କରାଯାଉଛି। ଏସନକୋଟ ହେଉଛନ୍ତି ଇସ୍ରାଏଲର ପୂର୍ବତନ ସାମରିକ ମୁଖ୍ୟ। ନେତନ୍ୟାହୁଙ୍କୁ ୪୬ ସାଂସଦ ସମର୍ଥନ କରୁଥିବା କୁହାଯାଉଛି। ଗତ ଅକ୍ଟୋବର ୨୭ରେ ହୋଇଥିବା ନିର୍ବାଚନରେ ନା ନେତନ୍ୟାହୁ ନା ଏସନକୋଟଙ୍କୁ ମିଳିଥିଲା ବହୁଳ ମତ। ନିର୍ବାଚନରେ ନେତନ୍ୟାହୁଙ୍କ ଲିକୁଦ ପାର୍ଟିକୁ ୨୭ ଆସନ ମିଳିଥିବାବେଳେ ତାଙ୍କ ନେତୃତ୍ବାଧୀନ ମେଣ୍ଟକୁ ମିଳିଛି ୫୩ ଯାହାକି ସଂଖ୍ୟାଗରିଷ୍ଠତା ଲାଗି ସମ୍ଭବ ନୁହେଁ। ତେଣେ ଏସନକୋଟଙ୍କ ଦଳ ୟାସାରକୁ ୨୧ ଆସନ ମିଳିଥିବାବେଳେ ତାଙ୍କ ମେଣ୍ଟକୁ ମିଳିଛି ୬୭ ଆସନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।