ଭିଜିଲାନ୍ସ ହାତରେ ଧରାପଡିଲେ ହିଞ୍ଜିଳିକାଟୁ ସମନ୍ୱିତ ଶିଶୁ ବିକାଶ ବିଭାଗ ସୁପରଭାଇଜର ଓ କର୍ମଚାରୀ
ନନ୍ଦିଘୋଷ ବ୍ୟୁରୋ : ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହିଞ୍ଜିଳିକାଟୁ ସମନ୍ୱିତ ଶିଶୁ ବିକାଶ ବିଭାଗ ସୁପରଭାଇଜର ଓ କର୍ମଚାରୀ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ଜଣେ ଅଙ୍ଗନବାଡି କର୍ମୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଜ ନେଲା ବେଳେ ଦୁଇଜଣକୁ ମାଡ଼ି ବସିଲା ଭିଜିଲାନ୍ସ l ହିଞ୍ଜିଳିକାଟୁ ସିଡିପିଓ ଅଫିସର ଆଇସିଡିଏସ ସୁପର ଭାଇଜର ବି. ଉମା ପାତ୍ର ଓ କନିଷ୍ଠ ରାଜସ୍ୱ ସହାୟକ ନରସିଂହ ବେହେରାକୁ ବାନ୍ଧିଲା ଓଡ଼ିଶା ଭିଜିଲାନ୍ସ I ୧୧ ମାସର ଘରଭଡ଼ା ବିଲ କରାଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଲାଞ୍ଜ ନଦେଲେ ଘରଭଡ଼ା ଟଙ୍କା ବିଲ୍ ଅଟକାଇ ଦେବାକୁ ଧମକ ଦେଇଥିଲେ l କୌଣସି ଉପାୟ ନପାଇ ଅଙ୍ଗନବାଡ଼ି କର୍ମୀ ଜଣଙ୍କ ଭିଜିଲାନ୍ସ ଦ୍ୱାରସ୍ଥ ହେଇଥିଲେ l ଅଙ୍ଗନବାଡ଼ି କର୍ମୀ ଠାରୁ ୩୦ ହଜାର ଟଙ୍କା ଲାଞ୍ଜବେଳେ ଉଭୟ ସୁଭରଭାଇଜର ଓ କନିଷ୍ଠ ରାଜସ୍ୱ ସହାୟକଙ୍କୁ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ l….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।