ଉଜ୍ଜୟିନୀରୁ ଫେରୁଥିବା ମାଲୱା ଅଞ୍ଚଳରେ ନାଳରେ ଭାସିଗଲା କାର

Sep 19, 2026 - 21:40
ଉଜ୍ଜୟିନୀରୁ ଫେରୁଥିବା ମାଲୱା ଅଞ୍ଚଳରେ ନାଳରେ ଭାସିଗଲା କାର

ନନ୍ଦିଘୋଷ ବ୍ୟୁରୋ : ସରିଥିଲା ନିର୍ବନ୍ଧ । ଦଶହରା ପରେ ବାଜିଥାନ୍ତା ସାହାନାଇ । କୋଳାହଳରେ କମ୍ପିଥାନ୍ତା ଘର ଅଗଣା, ବାରଣ୍ଡା । ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ନାନା ଆଶା, ସ୍ବପ୍ନ ନେଇ ବାହାଘର ପୂର୍ବରୁ ଉଜ୍ଜୟିନୀ ବଗଳାମୁଖି ମାଆଙ୍କ ଆର୍ଶୀବାଦ ନେବାକୁ ଯାଇଥିଲେ ଯୁବତୀଙ୍କ ସହ ପୂରା ପରିବାର  । ହେଲେ ବାଟରେ ଛକିଥିଲା ଯମ ।  ଶାଶୂଘରକୁ ଗୋଡ କାଢିବା ପୂର୍ବରୁ ସମସ୍ତେ ପାଲଟି ଯାଇଛନ୍ତି ଶବ । ପରିବାର ଆତ୍ମୀୟସ୍ବଜନ ଏବେ ଆଖିରୁ ଲୁହ ଝରାଇ ମୃତଦେହକୁ ଅପେକ୍ଷା କରିଛନ୍ତି  । ଏହି ଦୁଃଖଦ ଖବର ସମସ୍ତଙ୍କୁ ମର୍ମାହତ କରିଛି । ଗତ ବୁଧବାର ହସଖୁସିରେ ଘରୁ ଗୋଡ କାଢିଥିଲେ ଭୁବନେଶ୍ବର ଜୟଦେବ ବିହାର ବାନାମ୍ବରଙ୍କ ପୁଅ, ଝିଅ, ଜ୍ବାଇଁଙ୍କ ସମତେ ପରିବାରର ୭ ଜଣ । ସୋମବାର ଫେରିଥାନ୍ତେ । ଉଜ୍ଜୟିନୀରେ ପହଞ୍ଚି ସେଠାରୁ ଏକ କାର ଯୋଗେ ଯାଇଥିଲେ ବଗଳାମୁଖି ମନ୍ଦିର । ମାଆଙ୍କ ମନ୍ଦିରରୁ ଫେରିବା ବେଳେ ମଧ୍ୟପ୍ରଦେଶର ମାଲୱା ଅଞ୍ଚଳରେ ଘଟିଥିଲା ଦୁର୍ଘଟଣା । ଡ୍ରାଇଭରଙ୍କ ଦୁଃସାହାସ ଓ ଅବହେଳା କାରଣରୁ ନାଳରେ ଭାସି ଯାଇଥିଲା କାର । ଫଳରେ ଡାଇଭରଙ୍କ ସମେତ ୮ ଜଣଙ୍କ ଅକାଳରେ ଉଡିଯାଇଛି ପ୍ରାଣବାୟୁ । ଏସ୍‌ପି ଦିଲ୍ଲୀପ ସୋନିଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ମହିଳା ଓ ୩ ପୁରୁଷ ରହିଛନ୍ତି । …

ସମସ୍ତଙ୍କ ମୃତକଙ୍କୁ ପାଣିରୁ ଉଦ୍ଧାର କରି ଚିହ୍ନଟ କରିଛି ମଧ୍ୟପ୍ରଦେଶ ପ୍ରଶାସନ । ଏନେଇ ଓଡ଼ିଶା ସରକାରଙ୍କୁ ଖବର ଦେବାପରେ ଶବ ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି । ସେପଟେ ମଧ୍ୟପ୍ରଦେଶ ସରକାର ସମସ୍ତ ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହୟତା ରାଶି ଘୋଷଣା କରିଛନ୍ତି । …

ଏବେ ଅପେକ୍ଷା ମୃତଦେହକୁ । ପରିବାରର ସମସ୍ତଙ୍କୁ ହରାଇ ବାପ ବାନାମ୍ବର ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ ସାରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତବର୍ଷ ମେ ୨୯ ତାରିଖରେ ତିସ୍ତା ଠାରେ ଅନୁରୂପ ହୃଦୟ ବିଦାରକ ଘଟଣା ଘଟିଥିଲା । ଟୁରିଷ୍ଟ ବସ ଓଲଟି ଯାଜପୁର ଅଞ୍ଚଳର ୯ ଜଣଙ୍କ ମୃତ୍ୟୁ ହୋଇଥିଲା । …

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।