ଭୁବନେଶ୍ୱରରେ କେତେ ସୁରକ୍ଷିତ ମହିଳା ? ସୁରକ୍ଷା ପାଇଁ କିଭଳି ନିଆଯାଉଛି ପଦକ୍ଷେପ ?

Oct 04, 2026 - 20:14
ଭୁବନେଶ୍ୱରରେ କେତେ ସୁରକ୍ଷିତ ମହିଳା ? ସୁରକ୍ଷା ପାଇଁ କିଭଳି ନିଆଯାଉଛି ପଦକ୍ଷେପ ?

ଭୁବନେଶ୍ୱର : ମୋବାଇଲ ଲୁଟେରା ଘରେ ପଶୁଛି, ଇଜ୍ଜତ ଲୁଟି ଚାଲିଯାଉଛି । ଏନକାଉଣ୍ଟର ପରେ ବି ମହିଳା ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ଦୁଷ୍କର୍ମ, ଯୌନ ଉତ୍ପୀଡନରେ ଅନ୍ୟ ସହରଠୁ ଆଗରେ ଭୁବନେଶ୍ୱର । ଗତ ବୁଧବାର ସନ୍ଧ୍ୟା ସମୟ । ଜନଗହଳି ପୂର୍ଣ ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି । ଚାରିଆଡେ ଲେଡିଜ୍ ହଷ୍ଟେଲ ଆଉ ସବୁଠି ଲାଗିଛି ସିସିଟିଭି । କିନ୍ତୁ ଏସବୁକୁ ଖାତିର ନକରି ଏକାକୀ ଥିବା ଜଣେ ଯୁବତୀଙ୍କ ଘରେ ପଶୁଛି ମୁଖାପିନ୍ଧା ଦୁର୍ବୃତ୍ତ । କିଛି ବୁଝିବା ପୂର୍ବରୁ ଯୁବତୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କରିଚାଲୁଛି ଦୁଷ୍କର୍ମ । ପାଖାପାଖି ୪୦ ମିନିଟ ଘର ଭିତରେ ରହି ଘଟାଉଛି ଜଘନ୍ୟ କାଣ୍ଡ । ଦୀର୍ଘ ୩ ଦିନ ୩ ଶହ ସିସିଟିଭି ଯାଞ୍ଚ ପରେ ଅଭିଯୁକ୍ତକୁ ଚନ୍ଦକା ଅଞ୍ଚଳରେ କରାଯାଇଛି ଏନକାଉଣ୍ଟର । ଗଞ୍ଜାମର ଏହି ଅଭିଯୁକ୍ତ ଶ୍ରୀଧର ପଣ୍ଡା, ଚକେଇଶିଆଣୀ ଅଞ୍ଚଳରେ ରହିବା ସହ ଚୋରି କରି ଚଳୁଥିଲା । କିନ୍ତୁ ଚୋରି କରିବାକୁ ଯାଇ ରାଜଧାନୀରେ ଯୁବତୀଙ୍କ ଇଜ୍ଜତ ଲୁଟିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି ।

ସହର ବଢୁଛି । ସହରୀ ଚାହିଦାକୁ ଦୃଷ୍ଟିରେ ରଖି ଛତୁ ଫୁଟିବା ଭଳି ଖୋଲୁଛି ହଷ୍ଟେଲ ବା ମେସ୍ । ଉଚ୍ଚଶିକ୍ଷା ବା ଚାକିରୀଟିଏ ଆଶାରେ ଯୁବତୀ ଅଥବା କର୍ମଜୀବୀ ମହିଳା ଆସି ଏଠାରେ ରହୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ରାଜଧାନୀରେ ଏମାନେ କେତେ ସୁରକ୍ଷିତ ? ଅପରାଧ ଘଟିବା ପୂର୍ବରୁ ପ୍ରିଭେନସନ, ପରେ ପୀଡିତାଙ୍କୁ ପ୍ରୋଟେକ୍ସନ ଓ ଅପରାଧୀ ବିରୋଧରେ ପ୍ରସେକ୍ୟୁସନ । ଏସବୁ ଦୃଷ୍ଟାନ୍ତମୂଳକ ହେଲେ ଅନ୍ତତଃ ପକ୍ଷେ କମିପାରନ୍ତା ମହିଳା ହିଂସା । ଅନ୍ୟପକ୍ଷରେ ପୋଲିସର ପାଟ୍ରୋଲିଂର ଅଭାବ, ରାଜଧାନୀରେ କମ୍ୟୁନିଟି ପୋଲିସିଂ ବ୍ୟାପକ ନହେବା ଅପରାଧୀଙ୍କୁ ବେଶ ସୁହାଉଛି । ଏପରିକି ଅନେକ ସମୟରେ ମହିଳାଙ୍କ ସୁରକ୍ଷା ପାଇଁ ତିଆରି ହୋଇଥିବା ‘ପିଙ୍କ ଅଟୋ’, ଓ ‘ମୋ ସାଥୀ’ ଆପ୍ ର ମଧ୍ୟ ଚିହ୍ନବର୍ଣ୍ଣ ନାହିଁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ ତଥା ବରିଷ୍ଠ ଆଇନଜୀବୀ ।

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଥାନାରେ ରହିଛି ମହିଳା ଓ ଶିଶୁ ଡେସ୍କ । କିନ୍ତୁ  ଏହି ଡେସ୍କ ଅକାମି ହୋଇଯିବା ପରେ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।