ମାକ୍ରନଙ୍କ ଉପରେ ଟ୍ରମ୍ପଙ୍କ ଟାର୍ଗେଟ୍, ଫ୍ରାନ୍ସରେ ହଙ୍ଗାମା

Oct 20, 2026 - 10:38
ମାକ୍ରନଙ୍କ ଉପରେ ଟ୍ରମ୍ପଙ୍କ ଟାର୍ଗେଟ୍, ଫ୍ରାନ୍ସରେ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ : ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଉପରେ ରୋଷ ଝାଡ଼ିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ପ୍ରବାସୀ ନୀତିରେ ତ୍ରୁଟି ଯୋଗୁ ଏହି ସମସ୍ୟା ଉପୁଜିଛି ବୋଲି କହିଛନ୍ତି ଟ୍ରମ୍ପ। ଖୁବ୍ ଶୀଘ୍ର ପ୍ୟାରିସ ଏକ ମୁସଲିମ ସିଟିରେ ପରିଣତ ହେବାକୁ ଯାଉଛି। ପ୍ୟାରିସକୁ ପ୍ରବାସୀଙ୍କୁ ଆଗମନ ଯୋଗୁ ଏହି ସମସ୍ୟା ଉପୁଜିଛି ବୋଲି କହିଛନ୍ତି ଟ୍ରମ୍ପ। କେବଳ ପ୍ୟାରିସ ନୁହେଁ ସାରା ଫ୍ରାନ୍ସକୁ ପ୍ରବାସୀଙ୍କ ବିପୁଳ ଆଗମନ ହେତୁ ଦେଶରେ ସଙ୍କଟ ଦେଖାଦେବ ବୋଲି ବର୍ଷକ ତଳେ ମାକ୍ରନଙ୍କୁ ସତର୍କ କରାଇଥିଲେ ଟ୍ରମ୍ପ। ବର୍ତ୍ତମାନ ସମସ୍ୟା ତୀବ୍ର ହୋଇଛି ବୋଲି ସେ କହିଛନ୍ତି। ମାକ୍ରନ ମୋର ବନ୍ଧୁ। ପ୍ରବାସୀଙ୍କୁ ଆସିବାକୁ ଅନୁମତି ନଦେବାକୁ ତାଙ୍କୁ ପରାମର୍ଶ ଦେଇଥିଲି। ମାତ୍ର ତାହା ପାଳନ ନ କରିବାରୁ ବର୍ତ୍ତମାନ ଏହି ସମସ୍ୟା ଉପୁଜୁଛି ବୋଲି କହିଛନ୍ତି ଟ୍ରମ୍ପ। ବ୍ୟାପକ ଆନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀ ସେବାସ୍ତିଆନ ଲେକୋର୍ନୁଙ୍କ ସରକାର ଉପରେ ପ୍ରବଳ ଚାପ ପଜୁଛି।

ଦେଶରେ ପ୍ରାୟ ୩ ହଜାର ଦୋକାନକୁ ପୋଡିଦିଆଯାଇଛି କିମ୍ବା ସେଥିରୁ ଲୁଟ୍ ହୋଇଥିବା ସୂଚନା ମିଳିଛି। ସରକାର ପ୍ୟାରିସ୍‌ ସମେତ ଉତ୍ତର ଫ୍ରାନ୍ସର ଅନ୍ୟ ୪ଟି ସହରରେ ଆଂଶିକ କର୍ଫ୍ୟୁ ଲାଗୁ କରିଛନ୍ତି। ଗତ ଶନିବାର ରବିବାର ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ଉତ୍ୟକ୍ତ ଲୋକେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ପୋଲିସ ନିୟନ୍ତ୍ରଣରେ ପରିସ୍ଥିତି ନ ଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି।ମହଙ୍ଗା ମାଡ଼, ବେକାରୀ ଆଦି ସମସ୍ୟାକୁ ନେଇ ସେଠାରେ ତୀବ୍ର ଆନ୍ଦୋଳନ ହୋଇଛି। ଶନିବାର ଫ୍ରାନ୍ସର ବିଭିନ୍ନ ସ୍ଥାନରେ ପ୍ରାୟ ୫ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଉଚ୍ଚ ବିଦ୍ୟାଳୟରେ ଉନ୍ନତ ସୁବିଧା ଦାବି କରି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନରୁ ଆରମ୍ଭ ହୋଇଥିବା ପ୍ରତିବାଦ ଚାରି ସପ୍ତାହ ଧରି ଚାଲିବା ପରେ ବ୍ୟାପକ ରୂପ ନେଇଥିଲା। ୨୫୦୦ରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଛି। ମୁତୟନ ହୋଇଛନ୍ତି ୬୦ ହଜାରରୁ ଅଧିକ ସୁରକ୍ଷାକର୍ମୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।