ରାଜାବଗିଚା ହତ୍ୟା ଘଟଣା

Oct 19, 2026 - 16:29
ରାଜାବଗିଚା ହତ୍ୟା ଘଟଣା

କଟକ : କଟକ ରାଜାବଗିଚା ଅଞ୍ଚଳରେ ନାବାଳକ ସୁମନ୍ତ ସାହୁଙ୍କୁ ହତ୍ୟା ଘଟଣା । ସାମ୍ନାକୁ ଆସିଲା ଭିଡିଓ ଫୁଟେଜ । ସ୍କୁଟିରେ ସୁମନ୍ତଙ୍କୁ ନେଇ ଯିବା ବେଳର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ରବିବାର ସକାଳ ୭ ଟା ୪୨ ସମୟରେ ଦୁଇଜଣ ଯୁବକ ତାଙ୍କୁ ସ୍କୁଟି ରେ ବସାଇ ନେଇଥିବା ବେଳେ ସକାଳ ୯ ଟା ରୁ ୯.୩୦ ବେଳେ ଛୁରୀ ଭୁସି ସୁମନ୍ତଙ୍କୁ ହତ୍ୟା କରାଯାଇଥିଲା । ସେପଟେ ଘଟଣାରେ ଜଣକୁ ଅଟକ ରଖାଯାଇଥିବା ବେଳେ ଆଉ ଜଣେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିବା ସୂଚନା ଦେଇଛନ୍ତି ଡିସିପି । ସମସ୍ତେ ନାବାଳକ। ସକାଳ ସାତଟାରୁ ନଅଟା ମଧ୍ଯରେ ହତ୍ୟାକାଣ୍ଡ ଘଟିଛି । ଏକାଧିକ ସିସିଟିଭି ଫୁଟେଜ ତର୍ଜମା କରାଯାଇଛି । ମୃତକ ଓ ଅଭିଯୁକ୍ତ ପରସ୍ପର ପରିଚିତ ଥିବା ବେଳେ ସମସ୍ତେ ଗାଡିରେ ସାଙ୍ଗ ହୋଇ ଆସିବା, ଚାହା ପିଇବା ଘଟଣା ଭିଡିଓ ରୁ ନଜର ଆସିଛି । ସେମାନଙ୍କ ମଧ୍ଯରେ ପୂର୍ବ ଶତୃତା ଥିବା ଜଣା ପଡିଛି । ଗୋଟିଏ ମୋବାଇଲ ଜବତ ହୋଇଛି । ତାର ତର୍ଜମା କରାଯାଉଛି । ସାମାଜିକ ଗଣମାଧ୍ୟମରେ ତ୍ରିକୋଣୀୟ ପ୍ରେମ ଓ ଚାଟିଂକୁ ନେଇ ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୁରାକ ପାଇଛି ।….

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।