ମାର୍କେଟକୁ ଆସିଗଲା APPlE ର iPhone Duo; କମ୍ପାନୀର ସର୍ତ୍ତ ବଢ଼ାଇଲା ଗ୍ରାହକଙ୍କ ଟେନସନ୍

Oct 24, 2026 - 19:10
ମାର୍କେଟକୁ ଆସିଗଲା APPlE ର iPhone Duo; କମ୍ପାନୀର ସର୍ତ୍ତ ବଢ଼ାଇଲା ଗ୍ରାହକଙ୍କ ଟେନସନ୍

ନନ୍ଦିଘୋଷ ବ୍ୟୁରୋ: ଆପଣ ଆଇ-ଫୋନ କିଣିବାକୁ ଚାହୁଁଛନ୍ତି କି ? ଆଉ Apple ର ଫୋଲ୍ଡେବୁଲ ସ୍ମାର୍ଟଫୋନ୍ iPhone Duo କୁ ଅନାଇ ବସିଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଅକ୍ଟୋବର ୨୩ରେ ବଜାରକୁ ଆସିଯାଇଛି ଆପଣଙ୍କ ପସନ୍ଦର iPhone Duo । ଏବେ ଭାବୁଥିବେ ଆପଲ ଷ୍ଟୋରକୁ ଯାଇ କିମ୍ବା ଓ୍ବେବସାଇଟକୁ ଯାଇ ଏହାକୁ କିଣି ଆଣିବେ । ଆଜ୍ଞା ଟିକେ ରୁହନ୍ତୁ, iPhone Duo କୁ କିଣିବା ଏତେ ବି ସହଜ ନୁହେଁ ।

କାରଣ ୧୬ ଅକ୍ଟୋବରରୁ ଏହାର ପ୍ରି-ବୁକିଂ ଆରମ୍ଭ ହୋଇସାରିଛି । ଫୋନକୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଥିବା ବେଳେ ବହୁତ ବୁକିଂ ହେଉଛି । ଏମିତି ସ୍ଥିତିରେ ଫୋନ ଡେଲିଭରିରେ ବିଳମ୍ବ ଘଟୁଛି । ଆଉ ଯଦି ଆପଣ ପୂର୍ବରୁ ବୁକ୍ କରିନାହାନ୍ତି, ତେବେ ଆପଣଙ୍କୁ ଆପଣଙ୍କ ପ୍ରିୟ iPhone Duo ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡିବ ।

କମ୍ପାନୀ ରଖିଲା ଏମିତି ସର୍ତ୍ତ

ଫୋନ୍ ମିଳିବାରେ ତ ବିମ୍ବଳ ହେବ । ତା’ ସହ Apple ଏହି ଫୋନ ପାଇଁ ଏକ ସର୍ତ୍ତ ମଧ୍ୟ ରଖିଛି । ଅନଲାଇନ୍ ଗ୍ରାହକଙ୍କ ପାଇଁ ଏହି ସର୍ତ୍ତ ଲାଗୁ ହେବ । ଅନଲାଇନ ଗ୍ରାହକ ଅତି ବେଶିରେ ଦୁଇଟି iPhone Duo କିଣିବାର ସର୍ତ୍ତ ରଖିଛି । ଯଦି ଆପଣ ଦୁଇରୁ ଅଧିକ ଫୋନ କିଣିବାକୁ ଚେଷ୍ଟା କରିବେ ତେବେ ଆପଣଙ୍କ ସ୍କ୍ରିନରେ ଏକ ମେସେଜ ଶୋ କରିବ । ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି, ଜଣେ ଗ୍ରାହକ ସର୍ବାଧିକ ଦୁଇଟି ୟୁନିଟ୍ କିଣି ପାରିବେ ।

କେବଳ ଭାରତ ନୁହେଁ, ଚୀନ, ଆମେରିକା, ସିଙ୍ଗାପୁର ଓ ହଂକଂର ଗ୍ରାହକଙ୍କ ପାଇଁ ଏହି ସର୍ତ୍ତ ଲଗାଇଛି କମ୍ପାନୀ । ଏମିତି ସ୍ଥିତିରେ ଆପଣ iPhone Duo କିଣିବାକୁ ଚାହୁଁଥିଲେ ଅର୍ଡର କରିବା ପୂର୍ବରୁ ଷ୍ଟକ ଅଛି କି ନାହିଁ ଓ ଡେଲିଭରି ତାରିଖ ଦେଖିବାକୁ ଭୁଲନ୍ତୁ ନାହିଁ ।

ଭାରତରେ କେତେ ରହିଛି ଦାମ୍ ?

iPhone ପ୍ରିୟ ଭାରତୀୟଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ । ଭାରତରେ ଏହାର ଦାମ କେତେ ? ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ, 256GB iPhone Duoର ଭାରତୀୟ ମୂଲ୍ୟ ରହିଛି ୨ ଲକ୍ଷ ୯୯ ହଜାର ୯ ଶହ ଟଙ୍କା । ସେହିପରି 512GB  iPhone Duoର ମୂଲ୍ୟ ରହିଛି ୩ ଲକ୍ଷ ୨୪ ହଜାର ୯ ଶହ ଟଙ୍କା । 1TB ର ଫୋନ୍ କିଣିବାକୁ ଚାହୁଁଥିଲେ, ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ ୩ ଲକ୍ଷ ୭୪ ହଜାର ୯ ଶହ ଟଙ୍କା ।

କ’ଣ ରହିଛି ଫିଚର୍ ?

iPhone Duo ରେ ରହିଛି  7.6 ଇଞ୍ଚର LTPO ସୁପର ରେଟିନା XDR OLED ଇନର ଡିସପ୍ଲେ । ଯାହା 120Hz ରିଫ୍ରେସ୍ ରେଟ ସପୋର୍ଟ କରୁଛି । ଏହାବାଦ ଫୋନରେ 5.4 ଇଞ୍ଚର କଭର ଡିସପ୍ଲେ ରହିଛି । ଉଭୟ ସ୍କ୍ରିନରେ ସମାନ 120Hz ରିଫ୍ରେସ୍ ରେଟ୍ ମିଳୁଛି ।

ପରଫର୍ମାନ୍ସ ପାଇଁ ଏଥିରେ ରହିଛି A20 Pro (2nm) ଚିପସେଟ୍ । ଏହାସହ ରହିଛି Hexa Core ଓ Apple GPU ର ସପୋର୍ଟ । କ୍ୟାମେରା କଥା କହିବା ତ ଏଥିରେ 48MP ବ୍ୟାକ୍ କ୍ୟାମେରା ରହିଥିବା ବେଳେ ଇନର ଡିସପ୍ଲେରେ 4MP କ୍ୟାମେରା ଲାଗିଛି । ସେହିପରି କଭର ଡିସପ୍ଲେରେ 12MPର କ୍ୟାମେରା ଲାଗିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।