ଯାଜପୁର ଚଣ୍ଡିଖୋଲ ଛକରେ ନାହିଁ ଫ୍ଲାଏଓଭର, ବଢୁଛି ଦୁର୍ଘଟଣା

Oct 31, 2026 - 18:34
ଯାଜପୁର ଚଣ୍ଡିଖୋଲ ଛକରେ ନାହିଁ ଫ୍ଲାଏଓଭର, ବଢୁଛି ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: କେଉଁଠି ଓଭରବ୍ରିଜ ପରେ ଓଭରବ୍ରିଜ ନିର୍ମାଣ ହେଉଛି ତ ଆଉ କେଉଁଠି ଛୋଟ ଛୋଟ ଗଳି ପୋଲ ସାହା ଭରସା ପାଲଟିଛି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ଦୁଇଟି ଜାତୀୟ ରାଜପଥକୁ ସଂଯୋଗ କରୁଛି । ହେଲେ କୌଣସି ଓଭର ବ୍ରିଜ ନଥିବାରୁ ଛୋଟ ଗଳି ପୋଲ ଦେଇ ଯାଆସ କରୁଛନ୍ତି ଲୋକେ । ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ଘଟୁଛି ।

ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ । ଚଣ୍ଡିଖୋଲ ଛକ ଦୁଇଟି ଜାତୀୟ ରାଜପଥକୁ ସଂଯୋଗ କରୁଛି । ହେଲେ ଜାତୀୟ ରାଜପଥ ପାର ହେବାକୁ ହେଲେ ଦୁଇଟି ଛୋଟ ଗଳି ପୋଲ ଦେଇ ଯିବାକୁ ପଡୁଛି । ଫଳରେ କେତେବେଳେ ଟ୍ରାଫିକ ସମସ୍ୟା ତ ଆଉ କେତେବେଳେ ଦୁର୍ଘଟଣା ଘଟୁଛି । ସଂଧ୍ୟା ହେଲେ ଯିବା ଆସିବା କରିବା କଷ୍ଟକର ହୋଇପଡୁଛି । ଘଣ୍ଟାଘଣ୍ଟା ଧରି ଫସି ରହୁଛି ଆମ୍ବୁଲାନ୍ସ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚଣ୍ଡିଖୋଲ ଛକ ହେଉଛି ଏକ ବ୍ୟସ୍ତବହୁଳ ଛକ । ଏହା ଦୁଇଟି ଜାତୀୟ ରାଜପଥକୁ ସଂଯୋଗ କରୁଛି। ହେଲେ NHAI ପକ୍ଷରୁ ନିର୍ମାଣ ହୋଇଥିବା ଦୁଇଟି ଗଳି ପୋଲ ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି । ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।