ଲୋୟର ପିଏମଜିରେ ଗର୍ଜିଲା ଯୁବ-ଛାତ୍ର ବିଜେଡି

Sep 23, 2026 - 16:30
ଲୋୟର ପିଏମଜିରେ ଗର୍ଜିଲା ଯୁବ-ଛାତ୍ର ବିଜେଡି

ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରେ ଗର୍ଜିଲା ବିଜେଡି। ଲୋୟର ପିଏମଜିରେ ବିରାଟ ପ୍ରତିବାଦ । ବହି ତ୍ରୁଟି ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବିରେ ଗର୍ଜିଛି ଯୁବ ଓ ଛାତ୍ର ବିଜେଡି। ପଦ ଛାଡ଼ିବାକୁ ତାଙ୍କୁ ଡେଡଲାଇନ ଦିଆଯାଇଥିଲା। ତଥାପି ଇସ୍ତଫା ନ ଦେବାରୁ ଆଜି ବିରାଟ ଆନ୍ଦୋଳନ କରାଯାଇଛି। ବିଧାନସଭା ଘେରାଉ ଉଦ୍ୟମ ବେଳେ ବାଟରେ ବିଜେଡି କର୍ମୀଙ୍କୁ ପୋଲିସ ଅଟକାଇଥିଲ। କିଛି ସମୟ ଧସ୍ତଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନକୁ ଭଣ୍ଡୁର କରିବାକୁ ପୋଲିସ ବିଜେଡି କର୍ମୀଙ୍କୁ ବଳପୂର୍ବକ ଉଠାଇ ନେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।