ସିଇସିଙ୍କୁ ନେଇ ରାହୁଲ କହିଦେଲେ ଏମିତି…

Oct 12, 2026 - 16:13
ସିଇସିଙ୍କୁ ନେଇ ରାହୁଲ କହିଦେଲେ ଏମିତି…

ନନ୍ଦିଘୋଷ ବ୍ୟୁରୋ:  CEC ଙ୍କ ଇସ୍ତଫା ଦାବିରେ କଂଗ୍ରେସ ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରଖିଛି । ଜ୍ଞାନେଶ କୁମାର ଏବଂ ଏସଆଇଆର ବିରୋଧରେ ଦିଲ୍ଲୀରେ ଗତ ଚାରିରୁ ପାଞ୍ଚ ଦିନ ଧରି ଜାରି ରହିଛି ପ୍ରତିବାଦ । ଏହାରି ଭିତରେ କଂଗ୍ରେସ ସାଂସଦ ରାହୂଲ ଗାନ୍ଧୀ ଆଜି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆକ୍ରମଣକୁ ତୀବ୍ର କରିଛନ୍ତି । ଇଣ୍ଡିଆ ମେଣ୍ଟର ବିଶାଳ ପ୍ରତିବାଦକୁ ନେଇ ସେ ଜ୍ଞାନେଶ କୁମାରଙ୍କର ପରିହାସ କରିଛନ୍ତି ।  ଲୋକମାନେ ୧୦ ରୁ ୧୨ ବର୍ଷ ଧରି ନିଜର ହକ ପାଇଁ ଆନ୍ଦୋଳନ କରୁଥିବାବେଳେ କାହିଁକି ଜାତୀୟ ରାଜଧାନୀକୁ ଜେଲରେ ପରିଣତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ଦେଶର ରାଜଧାନୀ ଏବେ ଏକ ଦୁର୍ଗ ପାଲଟିଛି । ଲୋକମାନଙ୍କୁ ଦିଲ୍ଲୀ ପହଞ୍ଚିବାରୁ ବାରଣ କରାଯାଉଛି । ଟ୍ରେନ ଏବଂ ବସ୍ ଅଟକାଯାଉଛି, ଏବଂ ଲୋକଙ୍କୁ ଓହ୍ଲାଇ ଦିଆଯାଉଛି । ଏହାଦ୍ବାରା ଜ୍ଞାନେଶ କୁମାରଙ୍କୁ ସରକାର ସୁରକ୍ଷା ଦେଉଛନ୍ତି ଏହା ସ୍ପଷ୍ଟ ଜଣାପଡ଼ିଛି । ପୋଲିସ ମଧ୍ୟ ପଚାରୁଛି, ଆମେ ଯୁବକମାନଙ୍କୁ କାହିଁକି ମାଡ଼ ମାରୁଛୁ ? କାହିଁକି RSS ସଦସ୍ୟମାନଙ୍କୁ ମୁକ୍ତ ପ୍ରଶୟ ଦିଆଯାଉଛି ? ବିଜେପି-RSS ଗୁଣ୍ଡାମାନେ ମହିଳାଙ୍କୁ ମାଡ଼ ମାରୁଛନ୍ତି । ପୋଲିସ ଅଧିକାରୀମାନେ ମଧ୍ୟ ଏଥିପାଇଁ ବହୁତ ବିଚଳିତ ।

କେବଳ ସେତିକି ନୁହେଁ, ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି ଯେ, ସେ ଆଜି ସନ୍ଧ୍ୟାରେ ସୁପ୍ରିମକୋର୍ଟରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ଏକ ଆବେଦନ ଦାଖଲ କରିବେ । ଏହାସହ ଏହି ଆନ୍ଦୋଳନରେ ସମସ୍ତଙ୍କୁ ଯୋଗ ଦେବାକୁ ଆମନ୍ତ୍ରଣ କରି ରାହୁଲ କହିଛନ୍ତି, ଏହା ହେଉଛି ଶିବ ତାଣ୍ଡବ । ଆଉ ଶିବଙ୍କ ଶୋଭାଯାତ୍ରାରେ ଯେକୌଣସି ବ୍ୟକ୍ତି ଯୋଗ ଦେଇପାରିବେ । ତେବେ  ଏତେ ସବୁ ପରେ ବି ଜ୍ଞାନେଶ କୁମାର କାହିଁକି ଇସ୍ତଫା ଦେଉନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ରାହୁଲ । ଆଉ ସେ ନିଜ ପଦରୁ ଇସ୍ତଫା ନଦେବା ପର୍ଯ୍ୟନ୍ତ  ଆନ୍ଦୋଳନ ଜାରି ରହିବ ବୋଲି ରାହୁଲ ଗାନ୍ଧୀ ସ୍ପଷ୍ଟ ଭାବେ କହିଦେଇଛନ୍ତି ।

କହିରଖୁଛୁ ଯେ, ଏକ ଖବରକାଗଜର ରିପୋର୍ଟ ପ୍ରକାଶ ପାଇବା ପରେ ମୁଖ୍ୟ ନିର୍ବାଚନ କମିଶନର ଏସଆଇଆର ନାମେର ଜଣାଶୁଣା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ନେଇ ଏକ ବଡ ବିବାଦରେ ଫସିଛନ୍ତି । ଯେଉଁଥିପାଇଁ କଂଗ୍ରେସ ଠାରୁ କକ୍ରୋଚ୍ ଜନତା ପାର୍ଟି ପର୍ଯ୍ୟନ୍ତ ସମସ୍ତେ ଜ୍ଞାନେଶ କୁମାର କାହିଁକି ଇସ୍ତଫା ଦାବି କରୁଛନ୍ତି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।