ସ୍କୁଲ ଫାଟକରେ ତାଲା, ଧାରଣାରେ ଅଭିଭାବକ
ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ୱର ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁରସ୍ଥିତ ଭାରତ ସେବାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍ତେଜନା। ପ୍ରଧାନଶିକ୍ଷକଙ୍କ ମନମୁଖି କାର୍ଯ୍ୟକଳାପ, ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର, ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ଅନିୟମିତତା ଏବଂ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସପକ୍ଷରେ କାର୍ଯ୍ୟ କରିବା ଭଳି ଅଭିଯୋଗ ଆଣିଛନ୍ତି ଅଭିଭାବକ ଓ ସ୍ଥାନୀୟ ଲୋକେ। ଏହି ସମସ୍ତ ଅଭିଯୋଗ ନେଇ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା। ପରେ ସେମାନେ ବିଦ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଅଭିଭାବକମାନଙ୍କ କହିବାନୁଯାୟୀ, ଅଭିଯୋଗଗୁଡ଼ିକର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।