ହୀରାକୁଦରେ ବଢ଼ିଲା ବନ୍ୟାଜଳ, ଖୋଲିଲା ୧୩ ଗେଟ୍

Sep 26, 2026 - 12:02
ହୀରାକୁଦରେ ବଢ଼ିଲା ବନ୍ୟାଜଳ, ଖୋଲିଲା ୧୩ ଗେଟ୍

ନନ୍ଦିଘୋଷ ବ୍ୟୁରୋ : ପୁଣି ବଢ଼ିଲା ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ମାତ୍ରା। ଫଳରେ ଆଉ ୫ଟି ଗେଟ୍ ଖୋଲାଯାଇଛି। ଏନେଇ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ବର୍ତ୍ତମାନ ମୋଟ ୧୩ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୯.୫୬ ଫୁଟରେ ପହଞ୍ଚିଛି। ତେଣୁ ଜଳଭଣ୍ଡାରକୁ ଯେତିକି ପରିମାଣର ବନ୍ୟାଜଳ ପ୍ରବେଶ କରୁଛି, ପ୍ରାୟ ସେହି ପରିମାଣର ଜଳ ନିଷ୍କାସନ କରାଯାଉଛି। ସକାଳ ୭ଟା ସୁଦ୍ଧା ପ୍ରତି ସେକେଣ୍ଡରେ ୧ ଲକ୍ଷ ୨୦ ହଜାର ୪୩୧ ଘନଫୁଟ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ୧୩ଟି ଗେଟ୍ ଦେଇ ସମାନ ପରିମାଣର ଜଳ ନିଷ୍କାସନ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।