୬ ଦଫା ଦାବି ନେଇ ଅଲ ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଦାବି ଦିବସ ପାଳନ

Oct 13, 2026 - 14:39
୬ ଦଫା ଦାବି ନେଇ ଅଲ ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଦାବି ଦିବସ ପାଳନ

ରାଉରକେଲା  : ଆଇନଜୀବୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କାର ମେଡିକାଲ ଇନସ୍ୟୁରାନସ ପ୍ରଦାନ କରିବା, ବରିଷ୍ଠ ଆଇନଜୀବୀ ଙ୍କୁ ମାସିକ ୨୦ ହଜାର ଟଙ୍କା ପେନସନ ପ୍ରଦାନ କରିବା, ଯୁଵ ଆଇନଜୀବୀ ଙ୍କୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଦାବି କରାଯାଇଛି ‌। ଏହାସହ ଆଇନଜୀବୀ ମାନଙ୍କ ପାଇଁ ସୁରକ୍ଷା ଆଇନ ଆଣିବା,  ମୃତ୍ୟୁ ଵରଣ କରୁଥିବା ଆଇନଜୀବୀ ଙ୍କ ପରିବାର ସଦସ୍ୟଙ୍କୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ଆଡଭୋକେଟ୍ ଓ୍ବୈଲଫେୟାର ଫଣ୍ଡ ଗଠନ କରିବା ପାଇଁ ଦାବି କରାଯାଇ ଅଲ ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଆଜି ଆନ୍ଦୋଳନ କରାଯାଇଛି। ରାଜ୍ୟରେ କାର୍ଯ୍ୟ କରୁଥିବା ଏକ ଲକ୍ଷ ଆଇନଜୀବୀଙ୍କ ୬ ଦଫା ଦାବି ପୂରଣ ପାଇଁ ଅଲ ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଆଜି ରାଜ୍ୟ ବ୍ୟାପୀ ଦାବି ଦିବସ ପାଳନ କରାଯାଇଛି।  ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଇନଜୀବୀ। ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।