UPI ଚାର୍ଜକୁ ନେଇ ବିଜେଡିର ପ୍ରଶ୍ନ

Sep 19, 2026 - 13:07
UPI ଚାର୍ଜକୁ ନେଇ ବିଜେଡିର ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ : ୟୁପିଆଇ ଚାର୍ଜ ସାଧାରଣ ଲୋକ କିମ୍ବା ଛୋଟ ବ୍ୟବସାୟୀଙ୍କ ଉପରେ ନ ପଡ଼ୁ। ସେମାନଙ୍କ ସ୍ୱାର୍ଥ ସୁରକ୍ଷିତ ରହୁ। ବିଜେଡିର ଏହି ଆଭିମୁଖ୍ୟକୁ ଦୋହରାଇଛନ୍ତି ଦଳର ସାଂସଦ ସଂତୃପ୍ତ ମିଶ୍ର। ସଂତୃପ୍ତ ମିଶ୍ର କହିଛନ୍ତି, ୟୁପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲଜି। ଏହାକୁ ଚଳାଇବା ସହ ସାଇବର ସୁରକ୍ଷା, ଟେକ୍ନୋଲଜିର ଉନ୍ନତି ଏବଂ ନିରନ୍ତର ନିବେଶ ପାଇଁ ଅର୍ଥର ଆବଶ୍ୟକତା ରହିଛି। ତେବେ ଏହି ଫଣ୍ଡିଂ ପାଇଁ ସାଧାରଣ ଲୋକ କିମ୍ବା ଛୋଟ ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ କରାଯିବା ଉଚିତ ନୁହେଁ। ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବା ଉଚିତ ନୁହେଁ। ଏଥିସହ ୟୁପିଆଇ ପାଇଁ ଅନ୍ୟ ବିକଳ୍ପ ଉପାୟରେ ଫଣ୍ଡିଂ ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି। ଆଗରୁ ମଧ୍ୟ ଦଳର ସଭାପତି ନବୀନ ପଟ୍ଟନାୟକ ଏନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ସଂତୃପ୍ତ ମିଶ୍ର କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।