Elephant: ଘରୁ ଉଠି ବାହାରକୁ ଯାଉଥିଲେ ଜଗନ୍ନାଥ, କଚାଡ଼ି ଦେଲା ହାତୀ
ଯାଜପୁର (ଅନିଲ ପଣ୍ଡା): ଯାଜପୁର ଜ଼ିଲ୍ଲା ବୈରୀ ଡାଳିଯୋଡ଼ା ବନାଞ୍ଚଳ ଅନ୍ତର୍ଗତ ଶାଳପଡା ପଞ୍ଚାୟତ ବନ୍ଧପଲ୍ଲୀ ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି।
ମୃତକ ହେଉଛନ୍ତି ଜଗନ୍ନାଥ ରାଉତ(୬୦)।
ସେ ଆଜି ଭୋରରୁ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।
Advertisment ଆଜି ଭୋର ସମୟରେ ଜଗନ୍ନାଥ ଘରୁ ଉଠି ବାହାରକୁ ଆସିବା ସମୟରେ ହଠାତ ଘର ନିକଟରେ ଛିଡା ହୋଇଥିବା ଏକ ହାତୀର ଶିକାର ହୋଇଥିଲେ।
ନିକଟରେ ଥିବା ଜଙ୍ଗଲରୁ ହାତୀ ଖାଦ୍ୟ ଅନ୍ବେଷଣରେ ଆସିଥିବା ବେଳେ ଜଗନ୍ନାଥଙ୍କ ସାମ୍ନାସାମ୍ନି ହୋଇଥିଲେ।
ହାତୀ ଆକ୍ରମଣରେ ଜଗନ୍ନାଥଙ୍କ ମୃତ୍ୟୁ ଘଟିଥିବା ବେଳେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ସୂଚନା ମିଳିଛି।
Elephant Attacks: ଦନ୍ତା ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।