Elephant: ବିଦ୍ୟୁତ କରେଣ୍ଟ ନେଲା ହାତୀର ଜୀବନ
ବଇଣ୍ଡା: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ହଣ୍ଡପା ରେଞ୍ଜ ପେଡିପଥର ସେକ୍ସନ ଝିଲ୍ଲୀମୁଣ୍ଡା ଗ୍ରାମ ନିକଟସ୍ଥ ଦନ୍ତାରିଖୋଳ ସଂରକ୍ଷିତ ଜଙ୍ଗଲରୁ ଝିଲ୍ଲୀମୁଣ୍ଡା ଗ୍ରାମକୁ ଯାଇଥିବା ବିଦ୍ୟୁତ ଆଘାତରେ ଏକ ହାତୀ ର ମୃତ୍ୟୁ ଘଟିଛି।
Advertisment ସୂଚନା ଅନୁସାରେ ଦନ୍ତାରିଖୋଳ ସଂରକ୍ଷିତ ଜଙ୍ଗଲ ପାର୍ଶ୍ୱ ଦେଇ ୧୧ କେଭି ବିଦ୍ୟୁତ ତାର ବଇଣ୍ଡାରୁ ପାଇକସାହି ପର୍ଯ୍ୟନ୍ତ ଆସିଛି। ତେବେ ଜଙ୍ଗଲ ଭିତରେ ହାତୀ ଯାଉଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବାର ଅନୁମାନ କରାଯାଉଛି।
ଏ ଘଟଣା ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରା ଯାଇଥିଲା।
କିନ୍ତୁ କୌଣସି ଉତ୍ତର ମିଳି ନଥିଲା।
Elephant Attacks: ଦନ୍ତା ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।