Elephant attack: ଘର ଭାଙ୍ଗିଲା, ଗାଈକୁ ଆକ୍ରମଣ କଲା ହାତୀ

Sep 11, 2026 - 00:57
Elephant attack: ଘର ଭାଙ୍ଗିଲା, ଗାଈକୁ ଆକ୍ରମଣ କଲା ହାତୀ

"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଓ ଟିକାବାଲି ବ୍ଲକ ସୀମାନ୍ତ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖାଦେଇଛି।

ଡୁଡା ବୁଡ଼ାମାହା ଓ ଟପରବାଲି ଗ୍ରାମରେ ହାତୀ ପଶି କେତେକ ଘର ଭାଙ୍ଗିବା ସହ ଗୋଟିଏ ଗାଈକୁ ଆଘାତ କରିଛି।

ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି।Advertisment ସୂଚନା ଅନୁସାରେ, ଟପରବାଲି ଓ ଡୁଡା ବୁଡ଼ାମାହା ଗ୍ରାମରେ ହାତୀ ଉପଦ୍ରବ କରି ବାମଦେବ ପ୍ରଧାନ, ସୁକଇ ପ୍ରଧାନ, ଜନାସ ଦିଗାଲ ଓ ବାମଦେବ ଦିଗାଲଙ୍କ ଘର ଭାଙ୍ଗି ଦେଇଛି।

ଏଥିସହ ଗୋଟିଏ ଗାଈକୁ ମଧ୍ୟ ହାତୀ ଆକ୍ରମଣ କରି ଆଘାତ କରିଥିବା ଜଣାପଡ଼ିଛି।

Elephant: ଲାଓସରେ ହାତୀ ଚିକିତ୍ସା ପାଇଁ ବନତାରାର ପଦକ୍ଷେପ ବାରମ୍ବାର ହାତୀ ଗାଁ ଭିତରକୁ ପଶି ଘରଦ୍ୱାର ଓ ଗୃହପାଳିତ ପଶୁଙ୍କୁ କ୍ଷତି କରୁଥିବାରୁ ଗ୍ରାମବାସୀ ଚିନ୍ତିତ ହୋଇପଡ଼ିଛନ୍ତି।

ହାତୀ ଉପଦ୍ରବର ସ୍ଥାୟୀ ସମାଧାନ ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଶୀଘ୍ର କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।