Elephant Menace Escalates: ୭୦ରୁ ଅଧିକ ଘର ଭାଙ୍ଗିଲେଣି ହାତୀ, କ୍ଷତିପୂରଣ ଓ ହାତୀ ଘଉଡ଼ାଇବା ଦାବିରେ ରାସ୍ତା ଅବରୋଧ

Aug 14, 2026 - 15:01
Elephant Menace Escalates: ୭୦ରୁ ଅଧିକ ଘର ଭାଙ୍ଗିଲେଣି ହାତୀ, କ୍ଷତିପୂରଣ ଓ ହାତୀ ଘଉଡ଼ାଇବା ଦାବିରେ ରାସ୍ତା ଅବରୋଧ

ହାତୀ ଉପଦ୍ରବକୁ ନେଇ ରାଜରାସ୍ତାରେ ଗ୍ରାମବାସୀ। ବର୍ଷା ଦାଉରୁ ଫସଲକୁ ରକ୍ଷା କରିବା ପରେ ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛି ହାତୀ ଉପଦ୍ରବ। ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ହୋଇ କ୍ଷୟକ୍ଷତିର ଉଚିତ କ୍ଷତିପୂରଣ ଓ ହାତୀଙ୍କୁ ଅନ୍ୟତ୍ର ଘଉଡ଼ାଇବା ଦାବିରେ ଜାତୀୟ ରାଜପଥ ୨୨୦ ଅବରୋଧ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ପାଟଣା ବ୍ଲକ ମଙ୍ଗଳପୁର ଗାଁରେ।

ପାଟଣା ରେଞ୍ଜ ଅଞ୍ଚଳରେ ଗତ ୧୫ ଦିନ ହେବ ୨୬ଟି ହାତୀଙ୍କୁ ନେଇ ଗଠିତ ଏକ ପଲ ତିନୋଟି ଦଳରେ ବିଭକ୍ତ ହୋଇ ଗାଁ ଚାରିପଟେ ଘୁରି ବୁଲୁଛନ୍ତି। ରାତି ହେଲେ ହାତୀପଲ ଧାନବିଲ, ପନିପରିବା ଚାଷ ଓ ବୋଇତାଳୁ ବାଡ଼ିରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। 

ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ
୧୫ ଦିନ ଧରି ହାତୀ ଆତଙ୍କ
୭୦ରୁ ଅଧିକ ଘର ଭାଙ୍ଗିଲେଣି ହାତୀ
୨୬ ଟିକିଆ ହାତୀ ପଲଙ୍କ ଉପଦ୍ରବରେ ଚାଷୀ ହନ୍ତସନ୍ତ
କ୍ଷତିପୂରଣ ଓ ହାତୀ ଘଉଡ଼ାଇବା ଦାବିରେ ରାସ୍ତା ଅବରୋଧ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।