Elephant Trapped In Well: କୂଅରୁ ବାହାରିବାକୁ ହାତୀର ସଂଘର୍ଷ, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

Oct 13, 2026 - 13:33
Elephant Trapped In Well: କୂଅରୁ ବାହାରିବାକୁ ହାତୀର ସଂଘର୍ଷ, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

କୂଅରେ ପଡ଼ିଗଲା ହାତୀ। ହାତୀଟିକୁ ଉଦ୍ଧାର କରିବା ପାଇଁ ନାକେଦମ୍ ହୋଇଛି ବନ ବିଭାଗ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ହୀରାପୁର ଗାଁର ଡମମରା ପାହାଡ଼ ନିକଟରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଡମମରା ପାହାଡ଼ ନିକଟରେ ଥିବା ଏକ କୂଅରେ ହାତୀଟି ଖସି ପଡ଼ିଛି। କୂଅ ଭିତରୁ ବାହାରିବା ପାଇଁ ହାତୀଟି ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇପାରୁନାହିଁ। ଫଳରେ ହାତୀଟି କୂଅ ଭିତରେ ଫସି ରହିଛି।

ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛି। ତେବେ ହାତୀଟିକୁ କୂଅରୁ ବାହାର କରିବାରେ ଏପର୍ଯ୍ୟନ୍ତ ସଫଳତା ମିଳିନାହିଁ।
ହାତୀଟିକୁ ସୁରକ୍ଷିତ ଭାବେ କୂଅରୁ ବାହାର କରିବା ପାଇଁ ଅଗ୍ନିଶମ ବିଭାଗର ସହାୟତା ନିଆଯିବା ସହ ଜେସିବି ମେସିନ୍ ବ୍ୟବହାର କରାଯିବା ନେଇ ସୂଚନା ମିଳିଛି। ହାତୀଟିର ଉଦ୍ଧାର କାର୍ଯ୍ୟ ଉପରେ ସମସ୍ତଙ୍କ ନଜର ରହିଛି।

କୂଅରେ ପଡିଛି ହାତୀ, ଉଦ୍ଧାର ପାଇଁ ଛଟପଟ
ଉଦ୍ଧାର କରିବାକୁ ନାକେଦମ୍ ବନ ବିଭାଗ
ବଲାଙ୍ଗୀର ହୀରାପୁର ଗାଁ ନିକଟରେ କୂଅରେ ପଡ଼ିଛି
ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇନି ହାତୀ ଉଦ୍ଧାର
ଅଗ୍ନିଶମ ବିଭାଗ ଓ ଜେସିବି ସାହାଯ୍ୟରେ ଉଦ୍ଧାର ଉଦ୍ୟମ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।