Erythromelalgia: ଏରିଥ୍ରୋମେଲାଲ୍‌ଜିଆ

Sep 10, 2026 - 07:31
Erythromelalgia: ଏରିଥ୍ରୋମେଲାଲ୍‌ଜିଆ

"ପଶ୍ଚିମବଙ୍ଗ ମୁର୍ସିଦାବାଦର ଜଣେ ୧୬ ବର୍ଷୀୟ ବାଳକ ଇକ୍‌ବାଲ୍‌ ଶେଖ୍‌ ଦୀର୍ଘ ସମୟ ପାଣି ଭିତରେ ଛିଡ଼ାହୋଇ ରହୁଥିବା ଘଟଣା କିଛିଦିନ ତଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ପାଣିରୁ ବାହାରକୁ ଆସିଲେ ତା" ଶରୀରର ଗରମ ଓ ଜ୍ବଳନକୁ ସେ ସମ୍ଭାଳି ପାରୁ ନଥିଲା।

ଏବେ ତା"ର ଚିକିତ୍ସା ଚାଲିଛି।

ଏହାକୁ ଡାକ୍ତରମାନେ ଏରିଥ୍ରୋମେଲାଲ୍‌ଜିଆ କହୁଛନ୍ତି।

ଏହା ହେଉଛି ଏକ ବିରଳ ନ୍ୟୁରୋଭାସ୍କୁଲାର୍‌ ଡିଜ୍‌ଅର୍ଡର୍‌।

ଏଥିରେ ହାତ କିମ୍ବା ପାଦରେ ଜଳାପୋଡ଼ା, ବ୍ୟଥା ଓ ପ୍ରବଳ ଗରମ ସହ ନାଲି ପଡ଼ିଯିବା ଭଳି ଦେଖାଯାଏ। "ନ୍ୟାସନାଲ୍‌ ଲାଇବ୍ରେରି ଅଫ୍‌ ମେଡିସିନ୍‌" ଅନୁସାରେ, ଆମ ଦେଶରେ ଏହିଭଳି ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୨୮ ହଜାର ହେବ।ଏହା ଏକ ବିରଳ ରୋଗ।

ଏହା ଚର୍ମର ସ୍ନାୟୁ ଓ ଛୋଟ ଛୋଟ ରକ୍ତବାହୀ ନଳୀକୁ ପ୍ରଭାବିତ କରିଥାଏ।

ଏଥିରେ ଚର୍ମର ଛୋଟ ରକ୍ତବାହୀ ନଳୀ ଓ ସ୍ନାୟୁଗୁଡ଼ିକ ସାଧାରଣ ଭାବେ କାମ କରେ ନାହିଁ, ଯାହା ଶରୀରର କିଛି ଅଂଶରେ ଅସ୍ୱାଭାବିକ ରକ୍ତ ପ୍ରବାହ ସୃଷ୍ଟି କରିଥାଏ।Advertisment Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା ଏହା ସାଧାରଣତଃ ପାଦ ଓ ହାତ ଲାଲ ପଡ଼ିବା, ଅସ୍ୱାଭାବିକ ଗରମ, ଜଳାପୋଡ଼ା ଓ  ଯନ୍ତ୍ରଣା ସୃଷ୍ଟି କରେ।

ଏହାଦ୍ବାରା କିଛି ଲୋକଙ୍କ କାନ, ମୁହଁ କିମ୍ବା ଶରୀରର ଅନ୍ୟ ଅଂଶ ମଧ୍ୟ ପ୍ରଭାବିତ ହୋଇପାରେ।

ବିଶେଷଜ୍ଞଙ୍କ ଅନୁସାରେ, ପ୍ରଭାବିତ ଅଞ୍ଚଳର ଛୋଟ ରକ୍ତବାହୀ ନଳୀଗୁଡ଼ିକ ଅତ୍ୟଧିକ ପ୍ରସାରିତ ହେବା ଫଳରେ ସେସବୁ ଜାଗାରେ ସ୍ୱାଭାବିକଠାରୁ ଅଧିକ ରକ୍ତ ପ୍ରବାହିତ ହେଉଥିବାରୁ ଚର୍ମ ଲାଲ ହେବାସହ ଗରମ ହୁଏ।

ଏହାଦ୍ବାରା ସ୍ନାୟୁଗୁଡ଼ିକ ମଧ୍ୟ ଦୁର୍ବଳ ହୋଇପାରନ୍ତି।

ଯେକୌଣସି ବୟସରେ ଜଣଙ୍କୁ ଏରିଥ୍ରୋମେଲାଲ୍‌ଜିଆ ହୋଇପାରେ।

ଆରମ୍ଭ ବେଳକୁ ପ୍ରଭାବିତ ସ୍ଥାନରେ ଝିମ୍‌ଝିମ୍‌, କୁଣ୍ଡାଇ ହେବା ସହ କଣ୍ଟା ଲାଗିବା ଭଳି ଅନୁଭବ ହୁଏ।

ସମୟ ଗଡ଼ିଲେ ଏହି ଲକ୍ଷଣଗୁଡ଼ିକ ଅଧିକ ସ୍ପଷ୍ଟ ଏବଂ ଗୁରୁତର ରୂପ ଧାରଣ କରେ।

ତେବେ ଗରମ ପାଗ, ଦୀର୍ଘ ସମୟ ଧରି ଠିଆହେବା କିମ୍ବା ଶରୀରର ତାପମାତ୍ରା ବୃଦ୍ଧି ହେଲେ ଏରିଥ୍ରୋମେଲାଲ୍‌ଜିଆ ଲକ୍ଷଣଗୁଡ଼ିକ ଆହୁରି ଖରାପ ହୋଇପାରେ।

Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ ଏରିଥ୍ରୋମେଲାଲ୍‌ଜିଆର ଅନେକ କାରଣ ରହିଛି।

କେତେକ ଲୋକଙ୍କଠାରେ ଜିନ୍ ପରିବର୍ତ୍ତନ ଯୋଗୁଁ ଏହା ହୋଇଥାଏ।

ସେହିପରି ରକ୍ତଜନିତ ରୋଗ, ଅଟୋଇମ୍ମ୍ୟୁନ୍, ଡାଏବେଟିସ୍‌ ତଥା ଅନ୍ୟ ସ୍ନାୟୁଜନିତ ଅବସ୍ଥା ମଧ୍ୟ ଏହାର କାରଣ ହୋଇପାରେ।

ତେବେ ଅନେକ ରୋଗୀଙ୍କଠାରେ କୌଣସି ସ୍ପଷ୍ଟ କାରଣ ମିଳି ନଥାଏ।

କେତେକ ଔଷଧ କିମ୍ବା ଔଷଧରେ ପରିବର୍ତ୍ତନ କେତେକ କ୍ଷେତ୍ରରେ ରୋଗର ଲକ୍ଷଣକୁ ଆହୁରି ଖରାପ କରିପାରେ।

ଏଥିରେ କିଛି ରକ୍ତଚାପ ଔଷଧ, ରକ୍ତବାହୀ ନଳୀକୁ ପ୍ରଭାବିତ କରୁଥିବା ଔଷଧ ଆଦିକୁ ଅନ୍ତର୍ଭୁକ୍ତ କରାଯାଇପାରେ।

ତେଣୁ ଔଷଧ ଆରମ୍ଭ କରିବା କିମ୍ବା ମାତ୍ରା ପରିବର୍ତ୍ତନ ପରେ ଲକ୍ଷଣଗୁଡ଼ିକ ଆହୁରି ସମସ୍ୟା ସୃଷ୍ଟିକରେ।

ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ବନ୍ଦ କରିବା ଠିକ୍‌ ନୁହେଁ।

ଏହି ରୋଗର କାରଣ ଏବଂ ଗମ୍ଭୀରତା ରୋଗୀ ଅନୁସାରେ ଭିନ୍ନ ଭିନ୍ନ ହୋଇପାରେ, ତେଣୁ ଏହାର ଚିକିତ୍ସା ମଧ୍ୟ ସେହି ଅନୁସାରେ ଭିନ୍ନ ହୋଇଥାଏ।

ତେବେ ଏହାର ଠିକ୍‌ କାରଣ ନିର୍ଣ୍ଣୟ କରିବାକୁ ସମୟ ଲାଗେ।

ତେଣୁ ଏହାର ଚିକିତ୍ସା ମଧ୍ୟ ଜଟିଳ ଓ ଦୀର୍ଘକାଳୀନ ହୋଇଥାଏ।

ତେବେ ପାଣିରେ ଶରୀରକୁ ବୁଡ଼ାଇବା ସାମୟିକ ସମାଧାନ ହୋଇପାରେ, ସମ୍ପୂର୍ଣ୍ଣ ସମାଧାନ ନୁହେଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।