Elephants Attack Hemgir: ହେମଗିର ବନାଞ୍ଚଳରେ ହାତୀ ଉପଦ୍ରବ: ଗ୍ରାମବାସୀ ଭୟଭୀତ

Aug 08, 2026 - 13:00
Elephants Attack Hemgir: ହେମଗିର ବନାଞ୍ଚଳରେ ହାତୀ ଉପଦ୍ରବ: ଗ୍ରାମବାସୀ ଭୟଭୀତ

"ସୁନ୍ଦରଗଡ଼: ହେମଗିର ବନାଞ୍ଚଳ କୋଡ଼ବାହାଲ ସେକ୍ସନରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ।

ଜଙ୍ଗଲରେ ଖାଦ୍ୟ ନ ପାଇ ଗାଁ ଭିତରକୁ ପଶି ଆସି ଅନେକ କ୍ଷୟକ୍ଷତି କରୁଛନ୍ତି ହାତୀ।

ଗତକାଲି ରାତିରେ ଏକ ହାତୀ ଚିତାମୁଡl ଓ ପଚପେଡ଼ି  ଗ୍ରାମରେ ପଶି ଘର ଭାଙ୍ଗି ଦେଇଛି।Advertisment ଘାଇ ମରାମତି ହୋଇଥିବା ସ୍ଥାନର ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ ହାତୀ ଆକ୍ରମଣରେ ଚିତାମୁଡା ଗାଁରେ କିଛି ଘର ସାମାନ୍ୟ ଭାଙ୍ଗିଥିବା ବେଳେ ପଚପେଡ଼ିର ଗୌତମ୍ ସେଠ୍ ଓ ସୂରୁଜ ଲାଲ କିଷାନଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି।

ଘର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୌତମ୍ ସେଠ୍ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ଏ ନେଇ ବନ ବିଭାଗ ହାତୀକୁ ରାତିସାରା ନିକଟସ୍ଥ ଜଙ୍ଗଲକୁ ସୁରକ୍ଷିତ ଭାବେ ଘଉଡାଇବା ସହ ଗାଁ ଗାଁ ବୁଲି ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସଚେତନ ମଧ୍ୟ କରାଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।