Teachers Award: ୬୩ ବର୍ଷ ବୟସରେ ୟୁଟ୍ୟୁବ୍‌ରେ ପଢ଼ାଉଛନ୍ତି ବିଜ୍ଞାନ; ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ରେଣୁ ତ୍ରିପାଠୀ

Sep 02, 2026 - 17:16
Teachers Award: ୬୩ ବର୍ଷ ବୟସରେ ୟୁଟ୍ୟୁବ୍‌ରେ ପଢ଼ାଉଛନ୍ତି ବିଜ୍ଞାନ; ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ରେଣୁ ତ୍ରିପାଠୀ

"ନୂଆଦିଲ୍ଲୀ: ବୟସ ୬୩ ବର୍ଷ।

ହେଲେ ଶିକ୍ଷାଦାନ ପ୍ରତି ଉତ୍ସାହ ଆଜି ବି କମିନାହିଁ।

ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପଢ଼ାଇବା ପାଇଁ କ୍ଲାସ୍‌ରୁମ୍‌ ସହ ୟୁଟ୍ୟୁବ୍‌ ଭଳି ଡିଜିଟାଲ୍‌ ମାଧ୍ୟମକୁ ଆପଣାଇଛନ୍ତି ଡା.

ରେଣୁ ତ୍ରିପାଠୀ।

ତାଙ୍କର ଦୀର୍ଘଦିନର ଶିକ୍ଷାଦାନ ଓ ଅଭିନବ ପ୍ରୟାସ ପାଇଁ ତାଙ୍କୁ ୨୦୨୬ର ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

୧୯୮୭ରେ ରେଣୁ ତ୍ରିପାଠୀ ନିଜ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ।

ପରେ ସେ ବିଜ୍ଞାନ ଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ସହ ଶିକ୍ଷାଦାନର ନୂଆ ନୂଆ ପଦ୍ଧତି ଆପଣାଇଥିଲେ।

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ଶିକ୍ଷା କ୍ଷେତ୍ରରେ ଅବଦାନ ଜାରି ରହିଛି।Advertisment କ୍ଲାସ୍‌ରୁମ୍‌ରୁ ଡିଜିଟାଲ୍‌ ପ୍ଲାଟଫର୍ମ ପାରମ୍ପରିକ କ୍ଲାସ୍‌ରୁମ୍‌ ଶିକ୍ଷାଦାନରେ ସୀମିତ ନରହି ରେଣୁ ଟେକ୍ନୋଲୋଜିକୁ ମଧ୍ୟ ଶିକ୍ଷାର ମାଧ୍ୟମ କରିଛନ୍ତି।

ୟୁଟ୍ୟୁବ୍‌ ମାଧ୍ୟମରେ ବିଜ୍ଞାନର ବିଭିନ୍ନ ବିଷୟକୁ ସରଳ ଭାବେ ବୁଝାଇ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇଛନ୍ତି।

ଏହା ଫଳରେ କ୍ଲାସ୍‌ରୁମ୍‌ ବାହାରେ ମଧ୍ୟ ତାଙ୍କର ଶିକ୍ଷାଦାନର ପରିସର ବଢ଼ିଛି।

କେବଳ ପଢ଼ାଇବା ନୁହେଁ, ବିଜ୍ଞାନକୁ ସରଳ ଓ ଛାତ୍ରବନ୍ଧୁ କରିବା ପାଇଁ ସେ ଲେଖାଲେଖି ମଧ୍ୟ କରିଛନ୍ତି।

ରେଣୁ ତ୍ରିପାଠୀ ବିଜ୍ଞାନ ସମ୍ପର୍କିତ ୧୨ଟି ପୁସ୍ତକ ରଚନା କରିବା ସହ ଅନେକ ଗବେଷଣାମୂଳକ କାର୍ଯ୍ୟରେ ମଧ୍ୟ ଜଡ଼ିତ ରହିଛନ୍ତି।

ତାଙ୍କର ଏହି ପ୍ରୟାସ ଶିକ୍ଷାଦାନକୁ ଆହୁରି ବ୍ୟାପକ କରିଛି।

ଏହି ଦୀର୍ଘ ଶିକ୍ଷା ଯାତ୍ରା ଓ ନିଷ୍ଠାର ଫଳସ୍ୱରୂପ ରେଣୁ ତ୍ରିପାଠୀ ଏବେ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୬ ପାଇଁ ଚୟନିତ ହୋଇଛନ୍ତି।

ରାଷ୍ଟ୍ରପତିଙ୍କ ହାତରୁ ଏହି ସମ୍ମାନ ପାଇବାକୁ ଥିବା ଏହି ଶିକ୍ଷୟିତ୍ରୀଙ୍କ କାହାଣୀ ଦେଖାଇଦେଇଛି ଶିକ୍ଷାଦାନ ପାଇଁ ବୟସ ନୁହେଁ, ନିଷ୍ଠା ଓ ନୂଆ କିଛି କରିବାର ଇଚ୍ଛା ହିଁ ସବୁଠାରୁ ବଡ଼ ଶକ୍ତି।

ଗାଜାରେ ବଡ଼ କାର୍ଯ୍ୟାନୁଷ୍ଠାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।