Email: କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିବା ଘଟଣା: ୬ମାସ ପରେ ବି ଟେର୍ ପାଇଲାନି ଓଡ଼ିଶା ସାଇବର ପୁଲିସ

Sep 22, 2026 - 07:06
Email: କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିବା ଘଟଣା: ୬ମାସ ପରେ ବି ଟେର୍ ପାଇଲାନି ଓଡ଼ିଶା ସାଇବର ପୁଲିସ

"ଭୁବନେଶ୍ବର: ପଦାରେ ପଡ଼ିଲା ରାଜ୍ୟ ସାଇବର ପୁଲିସର ଅପାରଗତା।

ଓଡ଼ିଶାର ହାଇକୋର୍ଟଠୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର ପ୍ରାୟ ୨୦ରୁ ଅଧିକ କୋର୍ଟକୁ ବୋମା ଧମକ ଘଟଣାରେ ସାଇବର ପୁଲିସ ଏପର୍ଯ୍ୟନ୍ତ ଅପରାଧୀଙ୍କ ଟେର୍ ପାଇନାହିଁ।

ବୋମା ଧମକ ଘଟଣାକୁ ୬ମାସରୁ ଅଧିକ ସମୟ ବିତିଥିଲେ ବି ଏହି ଧମକପୂର୍ଣ୍ଣ ମେଲ୍ କିଏ ଓ କେଉଁଠୁ ପଠାଇଛି, ସେ ସମ୍ପର୍କାରେ ରାଜ୍ୟ ସାଇବର ପୁଲିସ ପାଖରେ କିଛି ସୂଚନା ନାହିଁ।

ଆଉ ଏତିକି ବେଳେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସ ସମ୍ମିଳନୀକୁ ବୋମା ପକାଇ ଉଡ଼ାଇଦେବାର ଧମକପୂର୍ଣ୍ଣ ମେଲ୍‌ର ପର୍ଦ୍ଦାଫାସ୍ କରିଛି ଗୁଜରାଟ ସାଇବର ଥାନା ପୁଲିସ।

ଗୁଜରାଟ ସଚିବାଳୟକୁ ଧମକପୂର୍ଣ୍ଣ ମେଲ୍ ଆସିବାର ମାତ୍ର ୫ଦିନ ମଧ୍ୟରେ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଛି।Advertisment Karam festival: କୁଡୁମି ସମାଜର କରମ ପରବ ଉପଲକ୍ଷେ ଝୁମର ଆସର ଗୁଜରାଟ ସାଇବର ଅପରାଧର ଏସ୍‌ପି ବିବେକ ବେଦା କହିଛନ୍ତି, ଗତ ସେପ୍ଟେମ୍ବର ୧୦ତାରିଖରେ ଗୁଜରାଟ ସଚିବାଳୟକୁ ବ୍ରିକ୍ସ ସମ୍ମିଳନୀ-୨୦୨୬ରେ ବୋମା ପକାଯିବା ନେଇ ଧମକପୂର୍ଣ୍ଣ ମେଲ୍ ଆସିଥିଲା।

ମେଲ୍ ଯାଞ୍ଚ୍ କରିବାରୁ ଜଣାପଡ଼ିଥିଲା ଯେ ବିହାର ଭାଗଲପୁର ଅଞ୍ଚଳରୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି।

ତେଣୁ ଏହି ତଦନ୍ତ ଆଧାରରେ ରୋସନ କୁମାର ନାମକ ଜଣେ ସାଇବର ଅପରାଧୀକୁ ଗିରଫ କରିଥିଲା।

ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ କିଛି କମିସନ ପାଇଁ ସେ ଏହି ଧମକପୂର୍ଣ୍ଣ ମେଲ୍ ପଠାଇଛି।

ଆଉ ଏହି ମେଲ୍ ପଠାଇବା ପାଇଁ ତାଙ୍କୁ ଝାଡ଼ଖଣ୍ଡ ଦେଓଘରର ଗୁଲସନ କୁମାର ସିଂହ ପ୍ରବର୍ତ୍ତାଇଛି।

ତେଣୁ ଏହି ସୂଚନା ଆଧାରରେ ପୁଲିସ ଝାଡ଼ଖଣ୍ଡରେ ଚଢ଼ଉ କରି ଗୁଲସନକୁ ଗିରଫ କରିଥିଲା।

ଗୁଲସନକୁ ତଦନ୍ତ ପରିସରକୁ ନେବା ପରେ ଜଣାପଡ଼ିଥିଲା ଯେ ବାଂଲାଦେଶରୁ ଏକ ସିଣ୍ଡିକେଟ୍ ସାଇବର ଅପରାଧ ଭିଆଇବା ପାଇଁ ଗୁଲସନକୁ ଆର୍ଥିକ କମିସନ୍ ଦେଉଥିଲେ।

ତେଣୁ ପ୍ରାୟ ୫ଲକ୍ଷ ୧୩ହଜାର ମେଲ୍ ଆକାଉଣ୍ଟ୍ ତିଆରି କରି କୋର୍ଟ, ସ୍କୁଲ୍, କଲେଜ ଆଦି ସର୍ବସାଧାରଣ ସ୍ଥାନକୁ ପଠାଉଥିବା ଜଣାପଡ଼ିଛି।

ସେ ୨୦୨୨ ମସିହାରୁ ଏହି ସିଣ୍ଡିକେଟ୍‌ରେ କାମ କରୁଥିବା ଜଣାପଡ଼ିଛି।

ଏପରିକି ଏହି ମେଲ୍ ଆଇଡିକୁ ସେ ସାଇବର ଠକେଇ ପାଇଁ ଅପରାଧୀଙ୍କୁ ବିକ୍ରି କରୁଥିବା ସ୍ପଷ୍ଟ ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମାତ୍ର ୫ଦିନରେ ଗୁଜରାଟ ସାଇବର ପୁଲିସ ବିହାର ଓ ଝାଡ଼ଖଣ୍ଡରୁ ସାଇବର ଅପରାଧୀଙ୍କୁ ଗିରଫ କରିଥିଲା।

ଅଥଚ ଓଡ଼ିଶାର ବିଭିନ୍ନ କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଦେଇଥିବା ଅପରାଧୀଙ୍କୁ ପୁଲିସ ଚିହ୍ନଟ କରିପାରି ନାହିଁ।

ପ୍ରାଥମିକ ପର୍ଯ୍ୟାୟରେ ସାଇବର ଅପରାଧୀଙ୍କୁ ନ ଧରିବା କାରଣରୁ ସେମାନେ ପରବର୍ତ୍ତୀ ସମୟରେ କଟକ ହାଇକୋର୍ଟକୁ ବି ବୋମା ଧମକ ଦେଇ ବିଚାରପତିଙ୍କଠାରୁ ଆରମ୍ଭ କରି ଆଇନଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆତଙ୍କିତ କରିଥିଲେ।

ଏଥିପାଇଁ ବାରମ୍ବାର କୋର୍ଟ କାର୍ଯ୍ୟରେ ବାଧା ମଧ୍ୟ ସୃଷ୍ଟି ହୋଇଥିଲା।

ପୁଲିସ ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ସାଙ୍ଗରେ ନେଇ  ଯାଞ୍ଚ କରିଥିଲା।

ପରେ ବାରମ୍ବାର ବିଭିନ୍ନ କୋର୍ଟକୁ ଏଭଳି ଧମକପୂର୍ଣ୍ଣ ମେଲ୍ ଆସୁଥିବାରୁ ମାମଲାର ତଦନ୍ତରେ କ୍ରାଇମ୍‌ବ୍ରାଞ୍ଚ୍ ସହାୟତା କରିବ ବୋଲି ସ୍ପଷ୍ଟ ହୋଇଥିଲା।

ମାତ୍ର ଏତେ ସବୁ ସତ୍ତ୍ବେ ସାଇବର ଅପରାଧୀ ଧରା ନପଡ଼ିବା ରାଜ୍ୟ ସାଇବର ପୁଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ଏନେଇ କ୍ରାଇମ୍‌ବ୍ରାଞ୍ଚ୍ ଆଇଜି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି, ହାଇକୋର୍ଟଠୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା କୋର୍ଟକୁ ଆସିଥିବା ମାମଲା ଗୁଡ଼ିକରେ ଆଇପି ଆଡ୍ରେସ୍ ଟ୍ରେସ୍ ପାଇଁ ଆମେ ସହାୟତା କରିଛୁ।

RMC ନିର୍ବାଚନ ପାଇଁ ଅଙ୍କକଷା; ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ଭୁବନେଶ୍ବର କୋର୍ଟକୁ ଆସିଥିବା ଧମକପୂର୍ଣ୍ଣ ମେଲ୍ ଘଟଣାରେ ସାଇବର ଥାନା ଏସିପି ଶୁଚିସ୍ମିତା ଦାଶ କହିଛନ୍ତି, ନିକଟରେ ନୂଆଦିଲ୍ଲୀ ସାଇବର ପୁଲିସ ଧମକପୂର୍ଣ୍ଣ ମେଲ୍ କରୁଥିବା କିଛି ସାଇବର ଅପରାଧୀଙ୍କୁ ଧରିଥିଲା।

ସେମାନଙ୍କ ସହ ଯୋଗାଯୋଗ କରି ଗିରଫ ଅଭିଯୁକ୍ତ ଭୁବନେଶ୍ବର କୋର୍ଟକୁ ମେଲ୍ କରିଥିବା ନେଇ ପଚରାଉଚରା କରିଥିଲୁ।

ମାତ୍ର କିଛି ପ୍ରମାଣ ମିଳି ନଥିଲା।

ତେବେ ଏହି ଘଟଣାରେ ବି ଆମେ ଗୁଜରାଟ ପୁଲିସକୁ ଯୋଗାଯୋଗ କରିବୁ।

ସଂପୃକ୍ତି ଥିବା ନେଇ ପ୍ରମାଣ ମିଳିଲେ ରିମାଣ୍ଡରେ ଅଣାଯିବ।

ଅପରପଟେ ଭିପିଏନ୍ ବ୍ୟବହାର କାରଣରୁ ସାଇବର ଅପରାଧୀଙ୍କ ଲୋକେସନ୍ ନୂଆଦିଲ୍ଲୀରେ ଠାବ ହୋଇଥିଲା।

ସେମାନେ ତାମିଲ୍ ଭାଷାରେ ଧମକପୂର୍ଣ୍ଣ ମେସେଜ୍ କରିଥିଲେ।

ଏହି ପ୍ରକାରର ମେଲ୍ କରିଥିବା ସାଇବର ଠକଙ୍କୁ ଧରିବାକୁ ଆମେ ଉଦ୍ୟମ କରୁଥିବା ନେଇ ଏସିପି ସୂଚନା ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।