Emar matha: ଏମାର ମଠର ଗୁପ୍ତ ସୁଡ଼ଙ୍ଗ
"ପୁରୀ: ଏମାର ମଠ ଥିଲା ପୁରୀର ସବୁଠୁ ସଂଭ୍ରାନ୍ତ ମଠ।
୨୦୧୧ ମସିହାରେ ଏମାର ମଠର ଗୁପ୍ତ କୋଠରିରୁ ୫୨୨ ଖଣ୍ଡ ରୁପା ଇଟା ବାହାରିବା ପରେ ମଠକୁ ନେଇ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା।
ମଠ ମଧ୍ୟରେ ସୁଡ଼ଙ୍ଗ ଏକ ସାଧାରଣ କଥା ଥିଲା।
ତେଣୁ ଏହି ମଠରେ ଏକ ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ଚର୍ଚ୍ଚା ହୁଏ।
ଐତିହ୍ୟ ବିଶାରଦ ଡ.
ସୁରେନ୍ଦ୍ର ମିଶ୍ରଙ୍କ "ଶ୍ରୀଜଗନ୍ନାଥ ଐତିହ୍ୟ ଶତକ"ର ତଥ୍ୟ ମୁତାବକ, ଏମାର ମଠ ମଧ୍ୟରେ ଏକ ଗୁପ୍ତ କୋଠରି ପ୍ରାୟତଃ ବନ୍ଦ ହୋଇ ରହିଥାଏ।
ଏହା ମଧ୍ୟରେ ଏକ ଗୁପ୍ତ ସୁଡ଼ଙ୍ଗ ରହିଛି।
Advertisment Meeting : "ଉତ୍ତମ ସମନ୍ୱୟ ଜରିଆରେ ବିଭାଗଗୁଡ଼ିକ ନିଜର ସଫଳତାକୁ ବାଣ୍ଟିବା ଉଚିତ" ଶ୍ରୀମନ୍ଦିରର ଦକ୍ଷିଣ ପୂର୍ବ କୋଣରେ ଥିବା ମଠର ନାମ ଥିଲା ଶ୍ରୀରାଜଗୋପାଳାଚାର୍ଯ୍ୟ ମଠ।
ଶ୍ରୀରାମାନୁଜାଚାର୍ଯ୍ୟଙ୍କ ପ୍ରିୟ ଶିଷ୍ୟ ଥିଲେ ଶ୍ରୀଗୋବିନ୍ଦାଚାର୍ଯ୍ୟ।
ତାଙ୍କର ଦୀକ୍ଷା ନାମ ଥିଲା ଶ୍ରୀରାଜଗୋପାଳ।
ସେ ଥିଲେ ମଠର ପ୍ରଥମ ମହନ୍ତ।
ସମ୍ରାଟ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ଶିଷ୍ୟମାନେ ଶ୍ରୀରାମାନୁଜଙ୍କୁ "ମନ୍ନାଥ" ବୋଲି ସମ୍ବୋଧନ କରୁଥିଲେ।
ଇଂରେଜ ଶାସନ କାଳରେ ମନ୍ନାଥ ଶବ୍ଦରୁ "ଏମ୍" ଓ ରାମାନୁଜ ଶବ୍ଦରୁ "ଆର୍"ର ସଂଯୋଗରେ ମଠର ନାମ ଏମ୍ଆର ରଖାଯାଇଥିଲା।
ଡ.
ମିଶ୍ରଙ୍କ ତଥ୍ୟ ଅନୁଯାୟୀ, ଏମାର ମଠର ସୁଡ଼ଙ୍ଗ ଶ୍ରୀମନ୍ଦିରକୁ ଓ ସମୁଦ୍ରକୁ ଲମ୍ବିଥିବା ଐତିହ୍ୟରୁ ଜଣାଯାଏ।
ପୂର୍ବ କାଳରେ ମଠ ମହନ୍ତ ସୁଡ଼ଙ୍ଗ ଦେଇ ଶ୍ରୀମନ୍ଦିରକୁ ଯାଉଥିଲେ ବୋଲି ଅନୁମାନ କରାଯାଏ।
କୁହାଯାଏ, ବାଲି ସାହିରେ ଥିବା ବାଲି ନଅରକୁ ମଧ୍ୟ ସୁଡ଼ଙ୍ଗର ଏକ ଶାଖା ଲମ୍ବିଥିଲା।
ମାତ୍ର ସୁଡ଼ଙ୍ଗ ରହସ୍ୟ ଏବେ ବି ରହସ୍ୟରେ ରହିଛି।
UPSC: ବାପା ଥିଲେ ଆଇଏଏସ୍ ଅଧିକାରୀ; ଇତିହାସ ପଢ଼ି ପୁଅ ହେଲେ ଆଇପିଏସ୍"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।