Embankment Sinking Reported Near Patana: ବିପଦ ସଙ୍କେତ ଉପରେ ବୈତରଣୀ, ପାଟଣାଠାରେ ନଦୀ ବନ୍ଧ ଧସିଥିବା ସୂଚନା
ଯାଜପୁରରେ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର। ତେବେ ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଗତକାଲି ଠାରୁ ବର୍ଷା ବନ୍ଦ ଥିବାରୁ ବନ୍ୟା ଜଳ କମିଛି । ବନ୍ୟା ଯୋଗୁଁ ଜିଲ୍ଲାର ୬ଟି ବ୍ଲକର ୧୧୭ ପଞ୍ଚାୟତର ୨୭୦ ଗାଁ ପ୍ରଭାବିତ ହୋଇଛି।
ଏବେ ବି ଅନେକ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି ଲୋକେ। ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀ ବନ୍ୟା ଜଳ ଏବେ ବି ଗାଁ ଗଣ୍ଡା ରେ ଚାଲୁଛି । ପାଟଣାଠାରେ ନଦୀ ବନ୍ଧ ଧସିବା ନେଇ ସୂଚନା ମିଳିଛି। ...
ଯାଜପୁରରେ କେବେ ସୁଧୁରିବ ବନ୍ୟା ସ୍ଥିତି ?
ଏବେ ବି ବିପଦ ସଙ୍କେତ ଉପରେ ବୈତରଣୀ
ବିପଦ ସଙ୍କେତ ତଳେ ବ୍ରାହ୍ମଣୀ ନଦୀର ଜଳସ୍ତର
ବନ୍ୟା ଯୋଗୁଁ ୬ଟି ବ୍ଲକର ୧୧୭ ପଞ୍ଚାୟତ ପ୍ରଭାବିତ
ଜଳବନ୍ଦୀ ଅବସ୍ଥାରେ ୨୭୦ ଗାଁର ବାସିନ୍ଦା
ଆଜି ୮ଟି ବ୍ଲକର ୩୧୩ଟି ସ୍କୁଲ ଛୁଟି ଘୋଷଣା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।