Open Fire Near Tiger Shroff: ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼! ଖେଳିଗଲା ଚାଞ୍ଚଲ୍ୟ

Oct 18, 2026 - 20:09
Open Fire Near Tiger Shroff: ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼! ଖେଳିଗଲା ଚାଞ୍ଚଲ୍ୟ

ମୁମ୍ବାଇରେ ପୁଣି ଅଭିନେତାଙ୍କୁ ଟାର୍ଗେଟ୍! ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ହୋଇଥିବା ଖବରକୁ ନେଇ ଚାଞ୍ଚଲ୍ୟ। ଜୁହୁର ପୁଷ୍ପା ପାର୍କ ଅଞ୍ଚଳରେ ତିନି ଜଣ ଅଜଣା ବ୍ୟକ୍ତି ଦୁଇଚକିଆ ଗାଡ଼ିରେ ଆସି ଗୁଳି ଚଳାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଟାଇଗର ଶ୍ରଫ୍‌, ତାଙ୍କ ଡ୍ରାଇଭର ଏବଂ ଜଣେ ଅଟୋ ଚାଳକ ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି।

ତେବେ ଏହି ଆକ୍ରମଣ ପଛର କାରଣ କ’ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାକୁ ନେଇ ମୁମ୍ବାଇର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ଏହା ପୂର୍ବରୁ ଏପ୍ରିଲ୍ ୨୦୨୪ରେ ଅଭିନେତା ସଲମାନ ଖାନ୍‌ଙ୍କ ବାନ୍ଦ୍ରାସ୍ଥିତ ଘର ବାହାରେ ଗୁଳିମାଡ଼ ହୋଇଥିଲା। ସେହିପରି ୨୦୨୬ ଫେବ୍ରୁଆରୀରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ଘଟିଥିବା ତଥ୍ୟ ଦିଆଯାଇଛି। ଜାନୁଆରୀ ୨୦୨୬ରେ ଅଭିନେତା କମାଲ ଆର୍‌ ଖାନ୍‌ଙ୍କ ନାମ ମଧ୍ୟ ମୁମ୍ବାଇର ଏକ ଗୁଳିକାଣ୍ଡ ମାମଲାରେ ଆସିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।