Emergency Warning Issued in Mecca: ମକ୍କାରେ ବାଜିଲା ସାଇରନ, ମିସାଇଲ୍ ବର୍ଷା କଲା ହୁଥି
ସାଉଦି ଆରବର ପବିତ୍ର ସହର ମେକ୍କା ସମେତ ଜେଦ୍ଦା ଓ ତାଇଫ୍ରେ ମଙ୍ଗଳବାର ଜରୁରୀ ସତର୍କତା ଜାରି ହୋଇଛି। ଇରାନ୍ ସମର୍ଥିତ ହୁଥି ବିଦ୍ରୋହୀମାନେ ସାଉଦି ଆରବର ପଶ୍ଚିମ ଉପକୂଳ ଆଡ଼କୁ ବାଲିଷ୍ଟିକ୍ ମିସାଇଲ୍ ଛାଡ଼ିଥିବା ଖବର ମଧ୍ୟରେ ଏହି ଆଲର୍ଟ ଜାରି କରାଯାଇଥିଲା।
ସାଉଦି ସିଭିଲ୍ ଡିଫେନ୍ସ ପକ୍ଷରୁ ମେକ୍କାରେ ‘ସମ୍ଭାବ୍ୟ ବିପଦ’ ଥିବା ଦର୍ଶାଇ ଲୋକଙ୍କୁ ଘର ଭିତରେ ଆଶ୍ରୟ ନେବାକୁ କୁହାଯାଇଥିଲା। ପ୍ରାୟ ୩ ଘଣ୍ଟା ପରେ ବିପଦ ଟଳିଥିବା ସୂଚନା ଦିଆଯାଇଥିଲେ ମଧ୍ୟ ଭିଡ଼ ନକରିବା ଓ ଘଟଣାର ଭିଡିଓ ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ସେପଟେ ଏହାର ଗୋଟିଏ ଦିନ ପୂର୍ବରୁ ହୁଥିମାନେ ସାଉଦି ଆରବର ସହର ଓ ସାମରିକ ଘାଟିକୁ ମିସାଇଲ୍ ଓ ଡ୍ରୋନ୍ ମାଧ୍ୟମରେ ଟାର୍ଗେଟ୍ କରିଥିଲେ। ଏହି ଆକ୍ରମଣରେ ଦେଶର ଦକ୍ଷିଣ ଅଞ୍ଚଳରେ ୧୩ ଜଣ ଆହତ ହୋଇଥିବା ଖବର ରହିଛି। ମେକ୍କା ଭଳି ପବିତ୍ର ସହରରେ ଏଭଳି ଆଲର୍ଟ ପ୍ରଥମ ଥର ପାଇଁ ଜାରି ହେବା ଘଟଣାକୁ ଆହୁରି ଚିନ୍ତାଜନକ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।