Tata Chemicals: କେନିଆରେ ଟାଟା କେମିକାଲ୍ସକୁ ବିରୋଧ: ‘୧୦୦ ବର୍ଷ ବହୁତ ହେଲା, ଏବେ ଏଠାରୁ ଯାଅ’

Sep 04, 2026 - 16:51
Tata Chemicals: କେନିଆରେ ଟାଟା କେମିକାଲ୍ସକୁ ବିରୋଧ: ‘୧୦୦ ବର୍ଷ ବହୁତ ହେଲା, ଏବେ ଏଠାରୁ ଯାଅ’

"ନାଇରୋବି: କେନିଆରେ ଟାଟା କେମିକାଲ୍ସ ତୀବ୍ର ବିରୋଧର ସମ୍ମୁଖୀନ ହେଉଛି।

ପାଖାପାଖି ୧୦୦ ବର୍ଷ ହେଲା କେନିଆରେ "ସୋଡା ଆସ୍‌" ଖନନ କରୁଥିବା ଟାଟା କେମିକାଲ୍ସକୁ ଦେଶରୁ ବାହାରି ଯିବାକୁ କୁହାଯାଇଛି।

ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଗୁରୁବାର କହିଛନ୍ତି ଯେ, ଭାରତୀୟ କମ୍ପାନୀ ସ୍ଥାନୀୟ ଭାବରେ ଖଣିଜ ସମ୍ପଦକୁ ପ୍ରସ୍ତୁତ ଉତ୍ପାଦରେ ପରିଣତ କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନ ନେଇ ଦେଶରୁ ସୋଡା ଆସ୍‌ ନେଇଯାଉଛି।

ତେବେ ଟାଟା କେମିକାଲ୍ସ କେନିଆ ରାଷ୍ଟ୍ରପତିଙ୍କ ଅଭିଯୋଗକୁ ଖଣ୍ଡନ କରିଛି।Advertisment ରୁଟୋ କହିଛନ୍ତି ଯେ, କେନିଆ କାର୍ଯ୍ୟଭାର ନେବା ପାଇଁ ନୂତନ ନିବେଶକଙ୍କୁ ଖୋଜିବ। "ଟାଟା ୧୦୦ ବର୍ଷ ଧରି ଖଣି ଅଧିକାର ରଖିଛି କିନ୍ତୁ ଏହା କାଜିଆଡୋରେ କିଛି ନିର୍ମାଣ କରିନାହିଁ।

ରୁଟୋ ଦକ୍ଷିଣ କେନିଆର ମାଗାଡି ଗସ୍ତ ସମୟରେ ଏହା କହିଥିଲେ।

ରୁଟୋ କହିଛନ୍ତି ଯେ, ସରକାର ଦୁଇଟି ନୂତନ କମ୍ପାନି ଆଣିବାକୁ ଯୋଜନା କରିଛନ୍ତି।

ଗୋଟିଏ ଖଣିଜ ପଦାର୍ଥକୁ କାଚରେ ପ୍ରକ୍ରିୟାକରଣ କରିବ ଓ ଅନ୍ୟ ଗୋଟିଏ କାଜିଆଡୋରେ ରାସାୟନିକ ପଦାର୍ଥ ପ୍ରସ୍ତୁତ କରିବ।

ସେମାନେ କାଜିଆଡୋରେ ବଡ଼ କାଚ କମ୍ପାନୀ ଓ ରାସାୟନିକ ପଦାର୍ଥ ତିଆରି କରିବା ପାଇଁ ଆଉ ଏକ କମ୍ପାନୀ ସ୍ଥାପନ କରିବା ଉଚିତ।

ଆମେ କ''ଣ ଅନ୍ୟମାନଙ୍କର ଦାସ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଟାଟା କେମିକାଲ୍ସ ଶୁକ୍ରବାର କହିଛି ଯେ, ଏହାପୂର୍ବ ଆଫ୍ରିକୀୟ ଦେଶର ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଓ ରହି ଯାଇଥିବା ସମସ୍ୟାର ସମାଧାନ ପାଇଁ ପ୍ରତିବଦ୍ଧ।

୪୧.୩୫ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।